ଅର୍ଗସ ବ୍ୟୁରୋ:ପନ୍ତଙ୍କ ଶତକ,ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ଦ୍ବିତୀୟ ଇଂନିସରେ ଗର୍ଜିଛି ଭାରତୀୟ ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ବ୍ୟାଟ୍,ହଜିଛି ବାଂଲା ବୋଲରଙ୍କ ନିଦ,ଟେଷ୍ଟ କ୍ରିକେଟରେ ଷଷ୍ଠ ତମ ଶତକ ହାସଲ କରିଛନ୍ତି ପନ୍ତ। ଖେଳିଛନ୍ତି ୧୦୯ ରନର ପାରି ସେଥିରେ ୧୩ଟି ଚୌକା,୪ଟି ଛକା ରହିଛି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଅଟକିଲା ରୋହିତ ସେନା,ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରା ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସ ଭାରତ ୩୭୬ ରନ୍ କରିଥିବାବେଳେ ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ଦ୍ବିତୀୟ ଇଂନିସରେ ଭାରତ ୪ ୱିକେଟ୍ ହରାଇ ୨୮୦ ରନ୍ କରି ଖେଳିଜାରି ରଖିଥିଲା,ମୋଟ ଉପରେ ଭାରତ ୫ଶହରୁ ଅଧିକ ରନରେ ଆଗୁଆ ରହିଛି
ଅର୍ଗସ ବ୍ୟୁରୋ: ସ୍ତ୍ରୀର ମୃତ୍ୟୁକୁ ସହି ନପାରି ଜୀବନ ହାରିଲା ସ୍ବାମୀ । ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଆନନ୍ଦପୁର ଥାନା ସଡ଼ଙ୍ଗି ଗାଁରେ। କଳହକୁ କେନ୍ଦ୍ରକରି ବିଷ ପିଇ ପ୍ରଥମେ ସ୍ତ୍ରୀ ମୃତ୍ୟୁ ବରଣ କରିଥିବାବେଳେ ସ୍ତ୍ରୀର ମୃତ୍ୟୁ ଦୁଃଖରେ ବିଷପିଇ ଦେଇଥିବା ସ୍ବାମୀ ର ଡାକ୍ତରଖାନାରେ ମୃତ୍ଯୁ ଘଟିଛି। ମୃତକ ସଡ଼ଙ୍ଗି ଗାଁର ମୋହନ ହୋ । ପାରିବାରିକ କଳହକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଝଗଡାକୁ କେନ୍ଦ୍ରକରି ରଜନୀ ବିଷପିଇ ମୃତବରଣ କରିଥିଲେ । ସ୍ତ୍ରୀ ମୃତ୍ଯୁକୁ ସହିନପାରି ଗତକାଲି ସ୍ବାମୀ ମୋହନ ବିଷ ପିଇଦେଇଥିଲେ। ଗୁରୁତର ମୋହନଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥବସ୍ଥାରେ ସୁଧାର ନଆସିବାରୁ ଆଜି ସକାଳୁ କଟକ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିଲା ହେଲେ ସେହି ସମୟରେ ମୋହନଙ୍କର ମୃତ୍ଯୁ ଘଟିଥିଲା। ଗାଁ ରେ ଏଭଳି ଏକ ଦୁଃଖଦ ଘଟଣାକୁନେଇ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଅଧିକ ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ବାୟୁସେନାର ନୂଆ ମୁଖ୍ୟ ଭାବେ ଅମର ପ୍ରିତ୍ ସିଂହଙ୍କୁ ନିଯୁକ୍ତ କରାଯାଇଛି । ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ ବାୟୁସେନାର ପରବର୍ତ୍ତୀ ମୁଖିଆ ହେବେ । ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ସେପ୍ଟେମ୍ବର ୩୦ରେ ଅମର ପ୍ରିତ୍ ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିବେ । ବର୍ତ୍ତମାନର ଏୟାର ଚିଫ୍ ମାର୍ଶାଲ ବିବେକ୍ ରାମ୍ ଚୈାଧୁରୀ ୩୦ ସେପ୍ଟେମ୍ବର ରେ ତାଙ୍କ ପଦରୁ ଅବସର ଗ୍ରହଣ କରିବେ ।