କେବଳ ପନ୍ତ ନୁହେଁ ଶୁଭମନ ଗିଲ୍ ମଧ୍ୟ ୧୭୬ ବଲରୁ ୧୦ ଚୌକା,୪ ଛକା ସହାୟତାରେ ୧୧୯ ରନର ଅପରାଜିତ ପାରି ଖେଳିଛନ୍ତି,ଟେଷ୍ଟରେ ୫ମ ଶତକ ହାସଲ କରିଛନ୍ତି। ପ୍ରଥମ ଇଂନିସରେ ଗିଲ୍ ଫେଲ୍ ମାରିଥିବାବେଳେ ଦ୍ବିତୀୟ ଇଂନିସରେ ଜଲୱା ଦେଖାଇଥିଲେ। ବାଂଲାଦେଶ ବିପକ୍ଷ ଟେଷ୍ଟ ପ୍ରଥମ ଇଂନିସ ୩୭୬ ରନରେ ଭାରତ ଅଟକିଥିଲା ଜୟସ୍ୱାଲ ୫୬,ଅଶ୍ବିନ୧୧୩, ଜାଡେଜା୮୬ ରନ୍ ପାରି ଖେଳିଥିଲେ। ବାଂଲାଦେଶ ପକ୍ଷରୁ ହାସନ ମହମୁଦ ସର୍ବାଧିକ ୫ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ମାତ୍ର ୧୪୯ ରନ କରି ଅଲଆଉଟ ହୋଇଯାଇଥିଲା। ବୁମରା ସର୍ବାଧିକ ୪ଟି ୱିକେଟ ଦଖଲ କରି ଅନ୍ତର୍ଜାତୀୟ କ୍ରିକେଟରେ ନିଜର ୪୦୧ ୱିକେଟ ପୂରଣ କରିଥିଲେ। ଭାରତ ଦ୍ବିତୀୟ ଇଂନିସରେ ୪ ୱିକେଟ ହରାଇ ୨୮୭ ରନ କରିବା ସହ ୫୧୪ ଲିଡ୍ ଦେଇ ପାଳି ଘୋଷଣା କରିଥିଲେ ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିଜୟ ଲାଗି ୫୧୫ ରନ କରିବାକୁ ପଡିବ । ସେପଟେ ଦୁଇଟି ରୁ ଦୁଇଟି ଟେଷ୍ଟ ଜିତିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା