ଅଧିକ ପଢ଼ନ୍ତୁ: ଆରମ୍ଭ ହୋଇଛି IPLର ୧୬ତମ ସଂସ୍କରଣ
ଏହି ଲିଷ୍ଟରେ ରୋହିତ ଶର୍ମାଙ୍କ ନାମ ପ୍ରଥମରେ ରହିଛି। ମୁମ୍ୱାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ ଶର୍ମା। ଯିଏକି ଆଇପିଏଲରୁ ଅଧିକ ଟଙ୍କା ଆୟ କରିଛନ୍ତି। ୨୦୦୮ରୁ ୨୦୨୩ ଭିତରେ ସେ ଆଇପିଏଲରୁ ମୋଟ ୧୭୮ କୋଟି ଟଙ୍କା ଆୟ କରିସାରିଲେଣି ।ଦ୍ୱିତୀୟ ସ୍ଥାନରେ ଅଛନ୍ତି ସମସ୍ତଙ୍କର ପ୍ରିୟ ଏମ୍ ଏସ୍ ଧୋନୀ। ଚେନ୍ନାଇ ସୁପର କିଙ୍ଗସର କ୍ୟାପଟେନ୍ ଥିବା ଧୋନୀ ।
ଆହୁରି ପଢ଼ନ୍ତୁ: ୫ ୱକେଟରେ ଚେନ୍ନାଇକୁ ହରାଇ ଗୁଜୁରାଟର ଦମଦାର ବିଜୟ
ଯିଏକି ଆଇପିଏଲରୁ ୨୦୦୮ରୁ ୨୦୨୩ ଭିତରେ ମୋଟ ୧୭୬ କୋଟି ଟଙ୍କା ଆୟ କରିଛନ୍ତି । ଏହି ତାଲିକାରୁ ବିରାଟ କୋହଲି ମଧ୍ୟ ବାଦ ପଡିନାହାନ୍ତି। ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି। ଯିଏକି ଆଇପିଏଲରୁ ମୋଟ ୧୭୩ କୋଟି ଟଙ୍କା ଆୟ କରିଛନ୍ତି । ଏହାପରେ ସୁରେଶ ରାଇନାଙ୍କ ନାମ ମଧ୍ୟ ଆସିଛି। ଆଇପିଏଲରୁ ମୋଟ ୧୧୦ କୋଟି ଟଙ୍କା ଆୟ କରିଛନ୍ତି । ଏହିପରି ଭାବରେ ଅନ୍ୟ ଖେଳାଳିଙ୍କ ନାମ ମଧ୍ୟ ରହିଛି। କିନ୍ତୁ ସବୁଠାରୁ ହିଟ ଲିଷ୍ଟରେ ଅଛନ୍ତି ରୋହିତ ଶର୍ମା।