କୁହାଯାଉଛି ଯେ, ରିଷଭ ପନ୍ତ କ୍ୟାପଟେନସି ଚାହୁଁଥିଲେ। ଏହା ସହ କୋଚ୍ ଏବଂ ସପୋର୍ଟ ଷ୍ଟାଫ୍ ନିଯୁକ୍ତି ସହ ଜଡିତ ହେବାକୁ ଚାହୁଁଥିଲେ। ହେଲେ ଦଳ ଏହା ଚାହୁଁ ନ ଥିଲା। ଦଳ ଋଷଭଙ୍କୁ ରଖିବାକୁ ଚାହୁଁଥିଲେ ବି ଅଧିନାୟକ କରିବାକୁ ରାଜି ନ ଥିବାରୁ ପନ୍ତ ଦଳରେ ରହିବାକୁ ରାଜି ହୋଇନଥିଲେ। ଏଥିପାଇଁ ତାଙ୍କୁ ଡିସି, ଦଳରୁ ବିଦା କରାଗଲା। ଆଇପିଏଲ-୨୦୨୫ରେ ଋଷଭ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଦିଲ୍ଲୀ କ୍ୟାପିଟାଲ୍ସର ରିଟେନସନ ତାଲିକାରୁ ବାଦ୍ ପଡ଼ିବା ପରେ ଋଷଭଙ୍କ ଭବିଷ୍ୟତକୁ ନେଇ ଆଲୋଚନା ହେଉଛି । ଆଇପିଏଲ-୨୦୨୫ରେ ଋଷଭ କେଉଁ ଦଳରେ ସାମିଲ ହେବେ, ତାହା ଏବେ ଏକ ବଡ଼ ପ୍ରସଙ୍ଗ ପାଲଟିଛି । ଏହାଭିତରେ ଚେନ୍ନାଇର ପୂର୍ବତନ ଉପ-ଅଧିନାୟକ ସୁରେଶ ରାଇନା ଏକ ବଡ଼ ସଙ୍କେତ ଦେଇଛନ୍ତି । ଆସନ୍ତା ସିଜନ ପାଇଁ ରିଷଭ ଚେନ୍ନାଇ ସୁପର କିଙ୍ଗସରେ ସାମିଲ ହୋଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ରାଇନା । ସୁରେଶ ରାଇନା କହିଛନ୍ତି ଯେ, କିଛି ଦିନ ତଳେ ରିଷଭ ଧୋନୀଙ୍କ ସହ ଦେଖା କରିଥିଲେ । ଏହି ମିଟିଙ୍ଗରେ ଧୋନୀ ଏବଂ ପନ୍ତ ଆଗାମୀ ସିଜନକୁ ନେଇ ଆଲୋଚନା କରିଥାଇ ପାରନ୍ତି । ତେଣୁ ଖୁବଶୀଘ୍ର ପନ୍ତ ଧୋନୀଙ୍କ ଦଳରେ ୟେଲୋ ଜର୍ସିରେ ଦେଖିବାକୁ ମିଳିପାରନ୍ତି ।
ଅକ୍ଟୋବର ୩୧ ତାରିଖରେ ଆଇପିଏଲ-୨୦୨୫ ପାଇଁ ରିଷଭଙ୍କ ବିନା ରିଟେନସନ ଲିଷ୍ଟ ଜାରି କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ତେବେ ଆଇପିଏଲରେ ଦିଲ୍ଲୀ ପକ୍ଷରୁ ଋଷଭ ୧୧୧ଟି ମ୍ୟାଚ ଖେଳି ୩୫.୩୧ ହାରରେ ୩୨୮ ରନ୍ ସଂଗ୍ରହ କରିଛନ୍ତି । ୱିକେଟ କିପିଙ୍ଗ ସହ ଦମଦାର ବ୍ୟାଟିଂ କରି ସେ ଦଳକୁ ୨ ଥର ଫାଇନାଲରେ ପ୍ରବେଶ କରାଇଛନ୍ତି । ତେବେ ରିଷଭଙ୍କ ନେତୃତ୍ୱରେ ଦଳ ଚମ୍ପିଆନ୍ ହେବାରେ ଫେଲ ହୋଇଛି । ତେବେ ଆଗାମୀ ସିଜନ ପାଇଁ ନୂଆ ଅଧିନାୟକ ଖୋଜୁଛି ଦିଲ୍ଲୀ କ୍ୟାପିଟାଲ୍ସ। କ୍ରିକେଟର ଅକ୍ଷର ପଟେଲ ଓ ଶ୍ରେୟସ୍ ଆୟରଙ୍କ ନାମ ଏବେ ଚର୍ଚ୍ଚାରେ ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର