ರಿಷಬ್ ಶೆಟ್ಟಿ ಎನ್ ಹೇಳ್ತಿದ್ದಾರೆ ಅರ್ಥ ಆಯ್ತಾ?
Understood what Rishabh Shetty is trying to say?
You’ll find out at RCB Unbox. Buy your tickets now. 🎟️@shetty_rishab #RCBUnbox #PlayBold #ArthaAytha #ನಮ್ಮRCB pic.twitter.com/sSrbf5HFmd — Royal Challengers Bangalore (@RCBTweets) March 13, 2024
ଆଇପିଏଲରେ ଆଉ ଦେଖିବାକୁ ମିଳିବନି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର। ଚିନ୍ତାରେ ଆରସିବିର ଡାଏ ହାର୍ଟ ଫ୍ୟାନ ଓ ବିରାଟଙ୍କ ସପୋର୍ଟର। ଆପଣ ବି ଚିନ୍ତା କରୁଥିବେ ଯେ ଆମେ ଏମିତି କହିବାର କାରଣ କଣ। ତେବେ ଚାଲନ୍ତୁ ଏହି ସସପେନ୍ସ ଏବେ ଦୂର କରିବା
ଚେନ୍ନାଇର ଚେପାକ ଷ୍ଟାଡିୟମରେ ମାର୍ଚ୍ଚ ୨୨ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ ୨୦୨୪ର ଉଦଘାଟନୀ ମ୍ୟାଚ ପୂର୍ବରୁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ ନାମ ପରିବର୍ତ୍ତନ କରିବାକୁ ଯାଉଛି। ବେଙ୍ଗାଲୁରୁ ଏବଂ ସମଗ୍ର ଭାରତରେ ଏକ ବିରାଟ ତଥା ଉତ୍ସାହୀ ଫ୍ୟାନ ବେସ ସହିତ ଆଇପିଏଲ ଇତିହାସରେ ଆରସିବି ହେଉଛି ଅନ୍ୟତମ ଲୋକପ୍ରିୟ ଦଳ। ଆଇପିଏଲ ୨୦୨୪ ଆରମ୍ଭ ପାଇଁ ଉତ୍ସାହ ସହିତ ନୂତନ ଆରସିବିର ଫ୍ରାଞ୍ଚାଇଜ ନାମ ଉନ୍ମୋଚନ ହେବାକୁ ଯାଉଛି। ନାଁ ପରିବର୍ତ୍ତନ ହେଲେ ବୋଧେ ଏଥର ଦଳ ପାଇଁ ପ୍ଲସ ପଏଣ୍ଟ ରହିବ। ଆଉ ଟ୍ରଫି ଜିତିବ। କାରଣ ଯେତେ ଭଲ ଖେଳିଲେ ବି ରୟାଲ ଚାଲେଞ୍ଜର୍ସ କେବେ ଆଇପିଏଲ ଟ୍ରଫି ଜିତିନି। ଫ୍ୟାନମାନେ ଚାହୁଁଛନ୍ତି ଯେ, ଚଳିତବର୍ଷ ବିରାଟଙ୍କ ଟିମ ଟ୍ରଫି ଜିତୁ।
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏହାର ଏକ୍ସ ହ୍ୟାଣ୍ଡେଲରେ ରିଲିଜ ହୋଇଥିବା ଏକ ଟିଜର କନ୍ନଡ ଅଭିନେତା ରିଷଭ ଶେଟ୍ଟୀ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରରେ ନାମ ପରିବର୍ତ୍ତନ ବିଷୟରେ ସୂଚନା ଦେଉଥିବା ଦେଖିବାକୁ ମିଳିଛି। ତେବେ ଟିଜରଟି ଫ୍ୟାନମାନଙ୍କୁ ଭଲ ଲାଗୁଛି। କିନ୍ତୁ ଫ୍ୟାନମାନେ ଏକଦମ ଡରିଯାଇଥିଲେ ଯେ, ନାଁ କଣ ରହିବ। ବିରାଟ ଅଛନ୍ତି ନା ନାହିଁ। ଆପଣମାନେ ଜମା ବି ଡରନ୍ତୁନି ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଫ୍ରାଞ୍ଚାଇଜ ଆଇପିଏଲ ୨୦୨୪ରୁ ନୂତନ ନାମ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଯୋଡ଼ିବ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର