
ଅର୍ଗସ ବ୍ୟୁରୋ: ୟୁଏଇରେ ଅକ୍ଟୋବର 17 ରୁ ନଭେମ୍ବର 14 ମଧ୍ୟରେ 16ଟି ଟିମକୁ ନେଇ ଚଳିତ ବର୍ଷର ଟି -20 ବିଶ୍ୱକପ ଅନୁଷ୍ଠିତ ହୋଇପାରେ। ୟୁଏଇରେ ସେପ୍ଟେମ୍ବର 19 ରୁ ଅକ୍ଟୋବର 15 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଆଇପିଏଲ -14 ମ୍ୟାଚ୍ ଅନୁଷ୍ଠିତ ହେବ ଏବଂ ଏହା ପରେ ବିଶ୍ୱକପ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।
ଯଦିଓ ଆୟୋଜିତ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ ସ୍ଥାନାନ୍ତର କରିବାକୁ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ୍ କମିଟି (ଆଇସିସି) କୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଲେଖି ନାହିଁ, ତଥାପି ୟୁଏଇ ଏବଂ ଓମାନରେ ଟି -20 ବିଶ୍ୱକପ ଅନୁଷ୍ଠିତ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ।
COVID-19 ମହାମାରୀ ହେତୁ ଆଇସିସି 2020 ବିଶ୍ୱକପକୁ ସ୍ଥଗିତ ରଖିଥିଲା, ଯାହା ପ୍ରଥମେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାର ଥିଲା। ଏହା ପରେ ନିଷ୍ପତ୍ତି ନିଆଗଲା ଯେ 2021 ସଂସ୍କରଣ ଭାରତରେ ଖେଳାଯିବ ଏବଂ 2022 ସଂସ୍କରଣ ଅଷ୍ଟ୍ରେଲିଆରେ ଖେଳାଯିବ।
