୨୦୨୩ ଅଗଷ୍ଟ ୬ରେ ସେ ରୋମାନା ଜହୁରଙ୍କୁ ବିବାହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ପ୍ରଥମ ଟେଷ୍ଟରେ ସରଫରାଜ୍ ୧୫୦ ରନର ଜବରଦସ୍ତପାରି ଖେଳି ବୋଲରଙ୍କ ନିଦନିଦହଜାଇଦେଇଥିଲେ,ଖାନ୍ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୪ଟି ଟେଷ୍ଟ ମ୍ୟାଚ୍ ଏବଂ ୫୨ ଫାଷ୍ଟ କ୍ଲାସ୍ ମ୍ୟାଚ୍ ଖେଳିଛନ୍ତି । ସରଫରାଜ୍ ଖାନ୍ ୧୫ ଫେବୃଆରୀ ୨୦୨୪ରେ ଇଂଲଣ୍ଡ ବିପକ୍ଷରେ ଆନ୍ତର୍ଜାତୀୟ କ୍ୟାରିୟରର ଆରମ୍ଭ କରିଥଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ସରଫରାଜଙ୍କ ସର୍ବାଧିକ ସ୍କୋର ଅପରାଜିତ ୩୦୧ ରନ୍ । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୩ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ ଏହାରି ମଧ୍ୟରେ ଗୋଟିଏ ଶେଷ ହୋଇଥିବାବେଳେ ଭାରତ ପରାସ୍ତ ହୋଇଛି,ଦ୍ହିତୀୟ ଟେଷ୍ଟ୨୪ ଅକ୍ଟୋବରରୁ ଖେଳାଯିବ,ଏହି ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ଯୋଜନା କରୁଛି ରୋହିତ ସେନା ଏବଂ ସରଫରାଜଙ୍କ ଉପରେ ମଧ୍ୟ ସଭିଙ୍କ ନଜର ରହିଛି ଏହି ମ୍ୟାଚ୍ ସେ ଶତକୀୟ ପାରି ଖେଳନ୍ତୁ ବୋଲି ସଭିଏଁ ଆଶା ରଖିଛନ୍ତି।ସରଫରାଜ ଖାନ୍ ବାପା ହୋଇଥିବାରୁ ଫ୍ୟାନ୍ ସୋସିଆଲ ମିଡିଆରେ ଲେଖିଛନ୍ତି ଇଣ୍ଡିଆକୁ ମିଳିଗଲେ ଜୁନିୟର ସରଫରାଜ୍