କ’ଣ ଏହି ଚାଟ୍ ଜିପିଟି ?
ଏହା ଏକ ଚାଟ୍ ବଟ୍ । ଯାହା ବିଭିନ୍ନ ପ୍ରକାର ପ୍ରଶ୍ନର ଉତ୍ତର ଠିକ୍ ଭାବେ ଲିଖିତ ଆକାରରେ ଦେଇଥାଏ । ଚାଟ୍ ଜିପିଟି 100 ଭାଷାରେ ଉପଲବ୍ଧ । ଇଂରାଜୀରେ ଏହା ଅଧିକ ଠିକ୍ ଉତ୍ତର ଦେଇପାରୁଛି । ଗପ କବିତା ଟ୍ରାନ୍ସଲେସନ, ଆର୍ଟିକିଲ ଲେଖିବା ସହ ଟ୍ରାନ୍ସଲେସନ ବି କରିପାରିବ ।
ଏହାଦ୍ୱାରା କଣ୍ଟେଣ୍ଟ ତିଆରି କରିବାର ଅସୀମ ସମ୍ଭାବନା ରହିଛି । ଯେମିତିକି ଆପଣଙ୍କୁ ଏହା ଜଟିଳ ରେସିପି ବୁଝାଇପାରିବ । ସମାନ ରେସିପିର ନୂଆ ଭର୍ସନ ମଧ୍ୟ ତୁରନ୍ତ କ୍ରିଏଟ କରିପାରିବ । ଯାହାଦ୍ୱାରା ଜଣେ ଚାକିରି ଖୋଜି ପାରିବେ । ଏକାଡେମିକ ପେପର୍ , ବନ୍ଧୁଙ୍କ ନିକଟକୁ ଚିଠି ଲେଖିବାରେ ମଧ୍ୟ ଚାଟ୍ ଜିପିଟି ସହାୟତା କରିପାରିବ ।
ଯଦି ଆପଣ ଚାଟ୍ ଜିପିଟିକୁ କହିବେ ଯେ ତୁରନ୍ତ ଆର୍ଟିଫିସିଆ କବିତା ଲେଖ, ତେବେ ସେ କିଛି ସମୟରେ କବିତା ଭଳି ଏହି ବିଷୟ ଚାଟ୍ ଜିପିଟି ଲେଖିପାରିବ । ସେଥିପାଇଁ ଆଗାମୀ ଦିନରେ ଏହା ଗୁଗୁଲ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ବୋଲି କୁହାଯାଉଛି ।
ଟେକ୍ନୋଲୋଜି ଖବର ଆହୁରି ପଢନ୍ତୁ