ସେହିଭଳି ୩୧ ତାରିଖରେ ଦକ୍ଷିଣ ଓଡ଼ିଶାର ବିଜୁଳି ଘଡଘଡି ସହ ବର୍ଷା ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର। ଏହାସହ କାଳବୈଶାଖୀ ବର୍ଷା ସହ ୧୫ଟି ଜିଲ୍ଲାରେ ୟେଲୋ ବର୍ଣ୍ଣିଙ୍ଗ ଜାରିକରିଛି ବିଭାଗ । ୩୧ ତାରିଖରେ ସାରା ରାଜ୍ୟରେ ସର୍ବାଧିକ ପ୍ରଭାବ ପକାଇବ ପଶ୍ଚିମା ଝଡ । ପ୍ରବଳ ବର୍ଷା ସହ କିଛି ସ୍ଥାନର ଝଡ ତୋଫାନ ହେବାର ସତର୍କ କରାଯାଇଛି। ୩୦ ରୁ ୪୦ କିଲୋମେଟର ପବନ ବହିବାର ସମ୍ଭାବନା ରହିଛି। ଏଭଳି ବର୍ଷା ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ଖରା ସହ କାଳବୈଶାଖୀର ପ୍ରଭାବ ରହିଥିଲା ।ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଅଂଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଛି । ଅନ୍ୟସବୁ ଜିଲ୍ଲାରେ ଶୁଖିଲା ପାଗ ରହିଥିଲା। ସର୍ବାଧିକ ବର୍ଷା ୪୭ .୦୦ ମିମି ମାଲକାନଗିରିରେ ରେକର୍ଡ କରାଯାଇଛି । ସେହିପରି ସୋନପୁର ରେ ସର୍ବାଧିକ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅଧିକ ପାଣିପାଗ ଖବର ପଢ଼ନ୍ତୁ