ସେଦିନ ଥିଲା ୨୦୦୨ ମସିହା ,ଜାନୁଆରୀ ୨୬ ତାରିଖ ଶନିବାର । ସମୟ ସକାଳ ୯ଟା ୧୦ ମିନିଟ । ଭୁବନେଶ୍ୱରରେ ଆୟୋଜିତ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ ପାଇଁ ଦେଖିବାକୁ ମିଳିଥିଲା ଅଭୂତପୂର୍ବ ଭିଡ଼ । ହଠାତ ଭିଡ଼ ଭିତରୁ ଶୁଭିଲା ପ୍ରଚଣ୍ଡ ଏକ ବିସ୍ଫୋରଣ ସାଙ୍ଗକୁ ଚିତ୍କାର । ଜଣାପଡିଲା ଗ୍ୟାସ ବେଲୁନ ବିସ୍ଫୋରଣରେ ୯ଜଣ ଗୁରୁତର ହେବା ସାଙ୍ଗକୁ ୨୨ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଗଲେ । ମିଳିଲା ଅନେକ ପ୍ରତିଶ୍ରୁତି । ଘର ମିଳିବ ଚାକିରୀ ମିଳିବ ଓ ସମସ୍ତ ଚିକିତ୍ସା ଖର୍ଚ୍ଚ ମିଳିବ ବୋଲି ସରକାର କହିଲେ । ହେଲେ ୨୦ ବର୍ଷ ପରେ ଏବେ ବି ପିଡୀତଙ୍କ ଚାରିପଟେ ଅନ୍ଧାର ହିଁ ଅନ୍ଧାର ।
#Odisha #ArgusNews #goodnews #Republicday2022 #RepublicDay #eyes #medicine #Bhubaneswar #balloonsburst