ବାସହୀନଙ୍କୁ ଜମି ଯୋଗାଇଦେବା ପାଇଁ ସରକାରଙ୍କ ଅନେକ ଯୋଜନା କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ରାମପୁର ତହସିଲ ଅଞ୍ଚଳରେ ଅନେକ ଆଦିବାସୀ ହରିଜନ ଓ ଗରିବ ଗୁରୁବାଙ୍କୁ ଜମି ଲିଜ ସୂତ୍ରରେ ପ୍ରଦାନ କରାଯାଇଥିଲା । ହେଲେ ସେମାନେ ପାଇଥିବା ପଟ୍ଟାରେ ଜମିର ଖାତା ନଂ ମୌଜା ଇତ୍ୟାଦି ଦର୍ଶାଯାଇଥିଲେ ମଧ୍ୟ ସେମାନଙ୍କୁ ଉକ୍ତ ଜମିସବୁ ହସ୍ତାନ୍ତର ହୋଇ ପାରିନାହିଁ । ଏହାର ପ୍ରତିବାଦରେ ଆଜି ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ବରେ ଶତାଧିକ ହିତାଧିକାରୀ ରାମପୁର ତହସିଲ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରଛନ୍ତି
#Subarnapur #Protest #RampurTahasil #ArgusNews #Odisha