ନଦୀକୂଳ ଅପନ୍ତରା ପଡିଆ ମଝିରେ ସରସ୍ବତୀ ନାୟକଙ୍କ ବଖୁରିକିଆ ଘର । ପାଣି ଗଳୁଥିବା ପଲସ୍ତରା ବିହୀନ କାଂଥରେ ଲାଗିପାରିନି ଦ୍ବାରବନ୍ଧ । ରାଉରକେଲା ବେଦବ୍ୟାସ ଘାଟରେ ମଶାଣି ଚଣ୍ଡିଆ ଥିବା ସରସ୍ୱତୀଙ୍କ ସ୍ୱାମୀ ୩ ବର୍ଷ ତଳୁ ଆରପାରିକୁ ଗଲେଣି। ସରସ୍ୱତୀଙ୍କୁ ନା ମିଳିଛି ଖାଦ୍ୟ ନିରାପତ୍ତା ଯୋଜନାରେ ସହାୟତା ନା ମିଳିଛି ବିଧବା ଭତ୍ତା । ବେଡି ଉପରେ କୋରଡ଼ା ମାଡ଼ ଭଳି ସ୍ୱାମୀଙ୍କ କୌଳିକ ବୃତ୍ତିରୁ ତାଙ୍କର ପୁଅ ମାନଙ୍କୁ ହଟାଇ ଦେଇଛି ବେଦବ୍ୟାସ ଟ୍ରଷ୍ଟ
#GoodNews #Rourkela #BedabyasaTrust #ArgusNews #Odisha