ସରିଲା ମାଟ୍ରିକ ପରୀକ୍ଷା !
ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଗତ 10 ତାରିଖରୁ ଚାଲିଥିବା ମାଟ୍ରିକ ସମେଟିଭ୍-2 ପରୀକ୍ଷା ଶେଷ ହୋଇଛି । ଶେଷ ଦିନରେ ଆଜି ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ 15 ମିନିଟ୍ ଦିଆଯାଇଥିଲା । ପରୀକ୍ଷା ପରେ ବେଶ ଖୁସିରେ ପିଲାମାନେ ହଲରୁ ବାହାରିଥିଲେ । ଅନ୍ୟ ପକ୍ଷରେ ପରୀକ୍ଷା ଭଲରେ ସରିଛି ଏବଂ ଏପ୍ରିଲ 3 ତାରିଖରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦେଇଛନ୍ତି ସଭାପତି
#ArgusNews #MatricExam #10thexam #ExamOver #Odisha