କୋଭିଡ କଟକଣା ମଧ୍ୟରେ ବିଧାନସଭାର ଶୀତକାଳିନ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଏହି ଅଧିବେଶନରେ 40ଟି କାର୍ଯ୍ୟଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ ଆଗତ ହେବ । ଅଧିବେଶନ ପୂର୍ବରୁ ସମସ୍ତ ମନ୍ତ୍ରୀ,ବିଧାୟକ ଓ ବିଧାନସଭା କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଇଛି । ବିଭିନ୍ନ ପ୍ରସଙ୍ଗରେ ଶୀତ ଅଧିବେଶନ ସରଗରମ ରହିପାରେ । ଏଥିପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ରଣନୀତି ପ୍ରସ୍ତୁତ କରିସାରିଛନ୍ତି ।
#ArgusNews #Odisha #wintersession #Legislative_Assembly