ଏହି ଶୁଭ ମୁହୂର୍ତ୍ତକୁ ଆଣିବା ପାଇଁ କେଜାଣି କେତେ କରସେବକଙ୍କ ପ୍ରାଣ ଯାଇଥିଲା । କେତେ ମହାନ ସାଧୁ ସନ୍ଥ ନିଜର ପ୍ରାଣବଳୀ ଦେଇଥିଲେ, କାରାଗାରରେ ବନ୍ଦୀ ହୋଇଥିଲେ । ସେ ରକ୍ତରଞ୍ଜିତ ଇତିହାସକୁ ମନେ ପକାଇ ଭାବବିହ୍ବଳ ହୋଇ ପଡିଛନ୍ତି ରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସଂଘର୍ଷ କରିଥିବା ସାଧୁସନ୍ଥ ।
ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି । ଅନେକ ଘାତ ପ୍ରତିଘାତ ପରେ ଅଯୋଧ୍ୟା ଭୂମିକୁ ଫେରିଆସିଛନ୍ତି ଅଯୋଧ୍ୟାର ପ୍ରାଣ ରଘୁନନ୍ଦନ । ନିଜ ଆସ୍ଥାନ ଗ୍ରହଣ କରି ଭାରତବାସୀଙ୍କୁ କୃତ୍ୟକୃତ୍ୟ କରିଦେଇଛନ୍ତି । ସେ ଅପୂର୍ବ କାନ୍ତ, କମନୀୟ ବିଗ୍ରହକୁ ଦେଖି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଚକ୍ଷୁଯୁଗଳ ଧନ୍ୟ ହୋଇଯାଇଛି । ଆଜି ନାଚି ଉଠୁଛି ଅଯୋଧ୍ୟା । ଶ୍ରୀରାମଙ୍କ ସ୍ବାଗତରେ ଆକାଶରେ ବର୍ଷା ହେଉଛି ଫୁଲ । ସବୁରୀ ମୁହଁରେ ସେଇ ଗୋଟିଏ ନାମ, ଜୟ ଶ୍ରୀରାମ ।
ସନାତନ ଧର୍ମ ଇତିହାସ ରଚିଲା । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ହେଲା । ରାମରାଜ୍ୟ ହୋଇଗଲା ଅଯୋଧ୍ୟା । ଏବେ ସମୟ ଆଉ ପଛକୁ ଫେରି ଚାହିଁବାକୁ ନୁହେଁ, ଏବେ ସେଇ ସଂଘର୍ଷମୟ ଇତିହାସକୁ ପଛରେ ପକାଇ ରଘୁନନ୍ଦନଙ୍କ ଆଗମନର ଉତ୍ସବକୁ ମନଭରି ଉପଭୋଗ କରିବାର ସମୟ । ଏବଂ ଏଇ ଦିବ୍ୟ ମୁହୁର୍ତ୍ତକୁ ଫେରାଇ ଆଣିବାରେ ସଫଳ ହୋଇଥିବା ଆମର ପ୍ରଧାନମନ୍ତ୍ରୀଙ୍କ ଏବଂ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଲଢିଥିବା ସେଇ ମହାନ ସାଧୁସନ୍ଥଙ୍କୁ ମଧ୍ୟ ହୃଦୟଭରା ଶୁଭେଚ୍ଛା