ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଥମେ ବାଲାଂରେ ଦେଖାଦେଇଥିଲା ବ୍ୟାପକ ହିଂସା। ସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟ ହୋଇ ଦେଶ ଛାଡିଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା,ଶେଷରେ ଇସ୍ତାଫା ମଧ୍ୟ ଦେଇଥିଲେ ପଦରୁ। ପରେ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି ମଧ୍ୟବର୍ତ୍ତୀକାଳୀନ ସରକାର । ନିକଟରେ ଦେଶର ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଓ ଭଙ୍ଗାରୁଜା ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅଗଷ୍ଟ ୧୩ରେ ହସିନା ନ୍ୟାୟ ପାଇଁ ଦାବି କରିଥିଲେ। ଆଶାନ୍ତ ବାଂଲାଦେଶ ସ୍ଥିତିଆସିଛି ନିୟନ୍ତ୍ରଣଙ୍କୁ,କିନ୍ତୁ ସରୁନି କ୍ଷମତା ପାଇଁ ମହାଲଢେଇ । ଆଗକୁ ନିର୍ବାଚନ ହେବାକୁ ଥିବାବେଳେ କିଏ ମାରିବ ବାଜି,ଏବେ ଠୁ ଆରମ୍ଭ ହୋଇଗଲାଣି କ୍ଷମତା ପାଇଁ ଅଙ୍କକଷା। ୟୁନୁସଙ୍କୁ ଟକ୍କର ଦେଇପାରିବେ ତ ହସିନାଙ୍କ ଆୱାମୀ ଲିଗ,ଦେଖିବାକୁ ଗଲେ ବାଂଲାଦେଶରେ ନିର୍ବାଚନ ହେଲେ ବିଏନପି ଏବଂ ଆୱାମୀ ଲିଗ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। କିନ୍ତୁ ଏଥର କିନ୍ତୁ ନିର୍ବାଚନ ହେଲେ ବିଏନପି ପଲାଭାରି ରହିବ ବୋଲି ଚର୍ଚ୍ଚା ହେଉଛି। କାରଣ ବିଏନପି ଦଳ ପଛରେ କୁଆଡେ ଛାତ୍ରସଂଙ୍ଗଠନର ବଡ଼ ସମର୍ଥନ ରହିଛି ବୋଲି କୁହାଯାଉଛି। କେବଳ ଦେଖିବାକୁ ବାକି ଆଗକୁ କାହାର ହେବ ବାଲାଂଦେଶ।