ଗତକାଲି ନୀତି ସବକମିଟି ଓ ଛତିଶାନିଯୋଗର ଯୁଗ୍ମ ବୈଠକରେ ଚଳିତ ରଥଯାତ୍ରାର ନୀତିନିର୍ଘଣ୍ଟ ଚୁଡାନ୍ତ ହୋଇଥିବା ବେଳେ ଆଜି ଏହା ଉପରେ ମୋହର ମାରିବ ପରିଚାଳନା କମିଟି । ଚଳିତବର୍ଷ 53 ବର୍ଷ ପରେ ଅର୍ଥାତ 1971 ମସିହା ଅନୁଯାୟୀ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ନୀତିକାନ୍ତି କିଭଳି ଶୃଙ୍ଖଳିତ ହୋଇପାରିବ ସେନେଇ ଗତକାଲି ଛତିଶାନିଯୋଗ ବୈଠକରେ ଆଲୋଚନା ହୋଇଥିଲା ।
ଗୋଟିଏ ଦିନରେ ରଥଯାତ୍ରା, ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ ପଡୁଥିବାରୁ କେଉଁ କେଉଁ ସମୟରେ କ'ଣ କ'ଣ ନୀତି କରାଯିବ ସେନେଇ ଗତକାଲି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବାବେଳେ ଚୂଡାନ୍ତ ନୀତିନିର୍ଘଣ୍ଟ ଉପରେ ପରିଚାଳନା କମିଟି ମୋହର ମାରିବ । ତେବେ ରଥଯାତ୍ରା ଦିନ ସମସ୍ତ ନୀତିକାନ୍ତି ତ୍ୱରାନ୍ୱିତ ହୋଇ ଅପରାହ୍ନ 5ଟାରେ ରଥଟଣା ହେବ ବୋଲି ନିଷ୍ପତ୍ତି ହୋଇଛି ।
ଏହାସହ ରଥଯାତ୍ରା ଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଚୂଡାନ୍ତ ନୀତିନିର୍ଘଣ୍ଟ ଉପରେ ମଧ୍ୟ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ । ତେବେ 1971 ମସିହା ଅନୁଯାୟୀ ରଥଯାତ୍ରା ଦିନ ପଟିଦିଁଅଙ୍କ ଠାରୁ ଆଜ୍ଞାମାଳ ଆସିବ ବୋଲି ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ମଧ୍ୟ ଆଜିର ବୈଠକରେ ପୁର୍ନବାର ଆଲୋଚନା ହେବ ।
ଆହୁରି ପଢନ୍ତୁ ଓଡିଶା ଖବର...