ସେନ୍ସର ବୋର୍ଡ ଏବେ ଏହି ବିଜ୍ଞାପନକୁ ପ୍ରେକ୍ଷାଳୟରୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଅକ୍ଷୟ କୁମାରଙ୍କ ‘ନୋ ସ୍ମୋକିଂ’ ବିଜ୍ଞାପନ ୬ ବର୍ଷ ତଳେ ରିଲିଜ୍ ହୋଇଥିଲା। ଯାହାକୁ ଫିଲ୍ମ ଆରମ୍ଭ ହେବା ପୂର୍ବରୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ କରାଯାଏ । ଅକ୍ଷୟଙ୍କ ଏହି ବିଜ୍ଞାପନକୁ ନନ୍ଦୁ ବିଜ୍ଞାପନ ମଧ୍ୟ କୁହାଯାଏ । ଯେଉଁଥିରେ ଅଭିନେତା ସାନିଟାରୀ ପ୍ୟାଡର ମହତ୍ତ୍ୱ ବୁଝାଇବା ସହ ଲୋକଙ୍କୁ ଧୂମପାନ ନ କରିବାକୁ ବାର୍ତ୍ତା ଦେଇଥାନ୍ତି । ଏହି ବିଜ୍ଞାପନକୁ ଏବେ ପ୍ରେକ୍ଷାଳୟରୁ ହଟାଇ ଦିଆଯାଇଛି।
ବଲିଉଡ ହଙ୍ଗାମାର ଏକ ରିପୋର୍ଟ ଅନୁଯାୟୀ, ୨୦୨୪ ସେପ୍ଟେମ୍ବରରୁ ଏହି ପରିବର୍ତ୍ତନ କରାଯାଇଛି।
ସେହିପରି ରାଜକୁମାର ରାଓଙ୍କ ଫିଲ୍ମ ‘ଭିକି ବିଦ୍ୟା କା ଓ ୱାଲା ଭିଡିଓ’ ରିଲିଜ୍ ହେବା ପରେ ଏଥିରେ ନନ୍ଦୁଙ୍କ ବିଜ୍ଞାପନ ଦେଖାଯାଇନଥିଲା। ଏବେ ତା ବଦଳରେ ଏକ ନୂଆ ବିଜ୍ଞାପନ ଅଣାଯାଇଥିବା କୁହାଯାଉଛି। ତମାଖୁ ଛାଡିବାର ୨୦ ମିନିଟ୍ ମଧ୍ୟରେ ଶରୀରରେ କିପରି ସକାରାତ୍ମକ ପରିବର୍ତ୍ତନ ଆସିଥାଏ ତାହା ଏଥିରେ ବର୍ଣ୍ଣନା କରାଯାଇଛି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର