ଧିରେ ଧିରେ ଲକଡାଉନ୍ କଟକଣାରେ କିଛି ମାତ୍ରାରେ ପରିବର୍ତନ ଆସୁଥିବା ଦେଖିବାକୁ ମିଳୁଛି । ଅକ୍ଟୋବର ୧୫ ରୁ ସିନେମା ହଲ ଖୋଲିବା ପରେ ଫିଲ୍ମଟି ସିନେମା ହଲକୁ ଆସିବ ବୋଲି ଚର୍ଚ୍ଚା ଚାଲିଛି । ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ହଲ୍ ଖୋଲିଲା ପରେ ‘ଦିଲ ବେଚାରା’ ମୁକ୍ତିଲାଭ କରିବ । କେବଳ ଦିଲ ବେଚାରା ନୁହେଁ ମୁକ୍ତିଲାଭ ଅପେକ୍ଷାରେ ଥିବା ଆହୁରି ଅନେକ ସିନେମା ହଲ ଖୋଲିବା ପରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି । ଦିଲ ବେଚାରା ସିନେମାରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ଅଭିନେତ୍ରୀ ଥିଲେ ସଞ୍ଜନା ସାଙ୍ଘୀ ଏବଂ ସୈଫ୍ ଅଲ୍ଲୀ ଖାନ୍ ମଧ୍ୟ ବିଶେଷ ଚରିତ୍ରରେ ନଜର ଆସିଥିଲେ । ସିନେମାଟି ହଟଷ୍ଟାରରେ ଦର୍ଶକଙ୍କର ଢେର୍ ସାରା ଭଲପାଇବା ସାଉଂଟିଛି ।
ବଡ଼ପରଦାକୁ ଆସିବ ‘ଦିଲ୍ ବେଚାରା’

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ ଦିଲ୍ ବେଚାରା’କୁ ସିନେମା ହଲରେ ରିଲିଜ୍ କରିବାର ଯୋଜନା ଚାଲିଛି । କରୋନା ମହାମାରୀର ପ୍ରଭାବରେ ସମସ୍ତ ସିନେମା ହଲ୍କୁ ବନ୍ଦ ରଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ସୁଶାନ୍ତଙ୍କ ଶେଷ ଫିଲ୍ମ ଦିଲ୍ ବେଚାରାକୁ କ୍ୟୈଣସି ସିନେମା ହଲରେ ରିଲିଜ୍ କରାଯାଇ ନଥିଲା । ଓଟିଟି ପ୍ଲାଟଫର୍ମ ‘ଡିଜ୍ନି ହଟଷ୍ଟାର୍’ରେ ଏହି ଫିଲ୍ମକୁ ଦେଖି ଦର୍ଶକ ଢେର ସାରା ଭଲପାଇବା ଦେବା ସହିତ ଭୁରି ଭୁରି ପ୍ରଶଂସା କରିଥିଲେ । ଦର୍ଶକଙ୍କର ଭଲପାଇବାକୁ ଦୃଷ୍ଟିରେ ରଖି ଏବେ ଫିଲ୍ମଟିକୁ ସିନେମା ହଲରେ ରିଲିଜ୍ କରିବା ପାଇଁ ଯୋଜନା ଚାଲିଛି ।
ବିଶ୍ୱନିୟନ୍ତାଙ୍କ ଅପେକ୍ଷାରେ ଭକ୍ତ

ଅର୍ଗସ ବ୍ୟୁରୋ: ରଥ ପ୍ରସ୍ତୁତ । ବଡ଼ଦାଣ୍ଡ ପ୍ରସ୍ତୁତ । ଅପେକ୍ଷା ଆସନ୍ତାକାଲିକୁ । ନୀଳକନ୍ଦରରୁ ବାହାରି ଜନ୍ମବେଦୀକୁ ନବଦିନାତ୍ମକ ଘୋଷଯାତ୍ରାରେ ଯିବେ ମହାପ୍ରଭୁ । ତିନିରଥ ଅପେକ୍ଷା କରିଛି ପ୍ରଭୁଙ୍କ ଆଗମନକୁ । ନୀତିକାନ୍ତି ମଧ୍ୟ ଚୂଡାନ୍ତ ହୋଇସାରିଛି । ଆଜି ସକାଳଧୂପ ପରେ ରଥଖଳାରୁ ଆଜ୍ଞାମାଳ ଆସିବା ପରେ ସିଂହଦ୍ଵାର ନିକଟରେ ତିନିରଥ ଦଣ୍ଡାୟମାନ ହୋଇଛନ୍ତ
Download Argus News App
