ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ, ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା । ଏବଂ ଡ୍ରଗ୍ସ ମାମଲାରେ ଅନେକ ସେଲିବ୍ରେଟି ଗିରଫ ମଧ୍ୟ ହୋଇଥିଲେ ।ତାଙ୍କ ମଧ୍ୟରେ କମେଡି କୁଇନ ଭାରତୀ ସିଂହ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ମଧ୍ୟ ଗିରଫ କରିଥିଲା ଏନସିବି । କିନ୍ତୁ ପରେ ଦୁହିଁଙ୍କୁ ଜାମିନ୍ ମିଳି ଯାଇଥିଲା । ତେବେ ଏହି ଜାମିନରେ ଆଦୌ ଖୁସି ନୁହଁନ୍ତି ଏନସିବି । ତେବେ ନିକଟରେ ଏକ ମାମଲାକୁ ନେଇ ମୁମ୍ବାଇର ଏକ ଅଧିବେଶନ କୋର୍ଟରେ ଅସନ୍ତୋଷ ପ୍ରକାଶ କରିଛି ଏନସିବି ।
ଅଧିବେଶନ କୋର୍ଟରେ ଏନସିବି ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ଭାରତୀ ସିଂହ ଏବଂ ହର୍ଷ ଲିମ୍ବାଚିଆ ଡ୍ରଗ୍ ମାମଲାରେ ଜାମିନ ପାଇବା , ସମାଜ ପାଇଁ ବିପଦପୂର୍ଣ୍ଣ ସଙ୍କେତ । ହାଇ ପ୍ରୋଫାଇଲ ଅଭିଯୁକ୍ତମାନେ ଖୁବ୍ ସହଜରେ ଦୋଷମୁକ୍ତ ହୋଇଯା’ନ୍ତି ଏବଂ ଜେଲ୍ରୁ ବାହାରି ଆସନ୍ତି ବୋଲି ଏହି ନିର୍ଦ୍ଦେଶ ଦର୍ଶାଉଥିବା ନେଇ ଏନ୍ସିବି କହିଛି।