ଅର୍ଗସ ବ୍ୟୁରୋ: ଗଭୀର ଅବପାତରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଗଭୀର ଅବପାତଟି ବାଂଲାଦେଶ ଓ ପଶ୍ଚିମବଙ୍ଗ ଗାଙ୍ଗେଟିକ୍ ଅଂଚଳ ଉପରେ ରହିଛି। ପଶ୍ଚିମ ଉତ୍ତର ପଶ୍ଚିମ ଦେଇ ଗତି କରିବା ସହ ଆଜି ପାଇଁ ତୀବ୍ରତା ରହିବ। ଗତ ୬ ଘଣ୍ଟା ଧରି ୨୮ କିମି ବେଗରେ ଗତି କରୁଛି ।
ଆସନ୍ତା ୨୪ ଘଣ୍ଟା ପରେ ପୁଣି ଗଭୀର ଅବପାତଟି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଦୁର୍ବଳ ହେବା ସହ ୪୮ ଘଣ୍ଟା ମଧ୍ୟରେ ଅବପାତ ରେ ପରିଣତ ହେବା ସହ ଝାରଖଣ୍ଡ ଓ ଛତିଶଗଡ ଆଡକୁ ଗତି କରିବ ବା ଉପକୂଳ ଅତିକ୍ରମ କରିବ। ଯାହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ।
ଆସନ୍ତା ୨୪ ଘଣ୍ଟା ପାଇଁ ମୟୁରଭଞ୍ଜ,କେଉଁଝର,ବାଲେଶ୍ଵର ରେ ଭୀଷଣ ବର୍ଷା ର ସମ୍ଭାବନା ଥିବାରୁ ଏହି ୩ ଟି ଜିଲ୍ଲାକୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଜାରି ହୋଇଛି ଅରେଞ୍ଜ ଆଲର୍ଟ ।
ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ