ଅଧିକ ପଢନ୍ତୁ : କୂଅରେ ପଶିଥିଲା ବିଲେଇ, ୫ ଜଣଙ୍କର ନେଲା ଜୀବନ
ଏହି ଶୋ'ରେ ଉପସ୍ଥାପକ ଜଣକ ଗୃହହୀନ ତଥା ଏଣେତେଣେ ବୁଲୁଥିବା ଖଆଇବାକୁ ପାଉନଥିବା ଜୀବମାନଙ୍କୁ ପୋଷା କରି ପାଳିବାକୁ ବୁଝାଉଥିଲେ । ଏହି ସମୟରେ ସେଠାରେ ଥିବା ପୋଷା କୁକୁରଟି ସେଠାରେ ମଳତ୍ୟାଗ କରି ଦେଇଥିଲା । ଯାହାକୁ ନେଇ ସେଠାରେ ଉପସ୍ଥିତ ଥିବା କର୍ମଚାରୀ ତଥା ଶୋ ଲାଇଭ ଦେଖୁଥିବା ଦର୍ଶକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପାଖରେ ଥିବା ସହ-ଉପସ୍ଥାପକ ଜଣକ ପେପର ଟାୱେଲ ଦେବା ପୂର୍ବରୁ ସେ ଆଶ୍ଚର୍ଯ୍ୟ ଭାବେ ତାଙ୍କୁ ଚାହିଁ ରହିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ପରେ ଅନେକ ଜଣ ଏହାକୁ ନେଇ ଅନେକ ମତାମତ ଦେଇଛନ୍ତି । ଜଣେ ଲେଖିଛନ୍ତି, "ସେ କୁକୁରଟି ବୋଧହୁଏ ଅଧିକ ଖାଇଦେଇ ଥିଲା ।" ସେହିପରି ଆଉ ଜଣେ ଲେଖିଛନ୍ତି, "କୁକୁରଟି ଭାବିଲା ଏଇଟା ବୋଧହୁଏ ତା ଜାଗା, ସେଥିପାଇଁ ସେ ଏମିତି କରିଦେଲା ।"