ୟୁକ୍ରେନରେ ମଧ୍ୟ କୋରାନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।ଗୋଟେ ପଟେ ରୁଷିଆ ୟୁକ୍ରେନ ମଧ୍ୟରେ ଘମାଘଟ ଆକ୍ରମଣ । ପୁଣି ଏପଟେ କରୋନା । ସ୍ଥିତି ଆହୁରି ବିଗିଡିବାରେ ଲାଗିଛି । ପ୍ରତି ସପ୍ତାହରେ 50 ରୁ 70 ଜଣ କୋରୋନା ରୋଗୀ ପ୍ରାଣ ହରାଉଛନ୍ତି। ଏମାନଙ୍କ ମଧ୍ୟରେ 90 ପ୍ରତିଶତଙ୍କ ବୟସ 60 ବର୍ଷରୁ ଅଧିକ ହେବ।
ଏପରିକି ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଯୁଦ୍ଧ ଯୋଗୁଁ ଆକ୍ରାନ୍ତ ଲୋକମାନେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି ।
ଅନ୍ୟପଟେ ବ୍ରିଟେନର କୋରନାର ବିଭିନ୍ନ ଚିତ୍ରମାନ ଦେଖିବାକୁ ମିଳୁଛି । ବ୍ରିଟେନର ଅକ୍ସଫୋର୍ଡ ସହର ସ୍ଥିତ ରେଡକ୍ଲିଫ ହସ୍ପିଟାଲରୁ ଏକ ଫଟୋ ସମ୍ନାକୁ ଆସିଛି । ଯେଉଁଠି ଦେଖିବାକୁ ମିଳୁଛି ହସ୍ପିଟାଲରେ ବେଡ୍ ନମିଳିବାରୁ ଛୋଟ ଝିଅ ପ୍ଲାଷ୍ଟିକ୍ ଚେୟାରରେ ଶୋଇ ରହିଛି ।
ସେହିପରି ଲଣ୍ଡନ ସ୍ୱିଣ୍ଡନ ସହରସ୍ଥିତ ଗ୍ରେଟ ୱଷ୍ଟର୍ନ ହସ୍ପିଟାଲରେ ଜଣେ ରୋଗୀ ଚିକିତ୍ସା ପାଇଁ 99 ଘଣ୍ଟା ଅପେକ୍ଷା କରିଛି । ଯାହା ସମସ୍ତଙ୍କୁ ବିସ୍ମିତ କରିଛି ।
ସେପଟେ ଚୀନର ସଙ୍ଘାଇରେ ଏବେ ଯାଏ 70 ପ୍ରତିଶତ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଲେଣି । ଏଭଳି ସ୍ଥିତିରେ 13 ଟି ଦେଶ ଚୀନକୁ ଯାଉଥିବା ଯାତ୍ରୀମାନଙ୍କ ଉପରେ କଟକଣା ଲଗାଇଛି।