ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଲିଜେଣ୍ଡସ କ୍ରିକେଟ ଲିଗରେ ଆଜି ଟୋୟମ ହାଇଦ୍ରାବାଦ ସହ ଗୁଜରାଟ ଗ୍ରେଟ ମୁକାବିଲା । ଗତକାଲି ବର୍ଷା ଧୋଇନେଲା କୋଣାର୍କ ସୂୟାର୍ସ ଓଡିଶା ବନାମ ମାଣିପାଲ ଟାଇଗର୍ସ ମ୍ୟାଚ୍ । ସୁରତର ଲାଲ ଭାଇ କଣ୍ଟ୍ରାକ୍ଟର ଷ୍ଟାଡିଅମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ବର୍ଷା ଯୋଗୁଁ ଟସ ପଡିବା ମଧ୍ୟ ସମ୍ଭବ ହୋଇନାହିଁ। ଏଥିରୁ ଏକ ପଏଣ୍ଟ ପାଇ ସର୍ବମୋଟ ତିନି ପଏଣ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛି କୋଣାର୍କ ସୂୟାର୍ସ ଓଡିଶା। ସେପ୍ଟେମ୍ବର 29ରେ ଇଣ୍ଡିଆ କ୍ୟାପିଟାଲ୍ସକୁ ଭେଟିବ କୋଣାର୍କ ସୂୟାର୍ସ ଓଡିଶା।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅର୍ଗସ ବ୍ୟୁରୋ: ଗତ 22 ବର୍ଷରେ ଓଡ଼ିଶାରେ ହୋଇଥିବା ମହିଳା ହିଂସାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ସିଏମ୍ କହିଲେ, ୨୨ ବର୍ଷ ଓଡ଼ିଶା ପାଇଁ ଥିଲା ବିରାଟ କାଳଖଣ୍ଡ । 2022 ମସିହା ସୁଦ୍ଧା ମହିଳା ହିଂସା ବିରୋଧରେ ଦଣ୍ଡ ବିଧାନ ହାର 9.73 ପ୍ରତିଶତ ଥିଲା, ଯାହାକି ଅତ୍ୟନ୍ତ ନୈରାଶ୍ୟଜନକ । ଏହା ଯୈକୌଣସି ମାନଦଣ୍ଡରେ ଗ୍ରହଣୀୟ ନୁହେଁ । ଏହାର କେବଳ ଦୁଇଟି ଅର୍ଥ ହୁଏତ ପୋଲିସର ତଦନ୍ତ ଠିକ୍ ସେ ହେଉନାହିଁ, କିମ୍ବା ତ୍ବରିତ ଦଣ୍ଡବିଧାନ ଲାଗି ବିଭାଗର ଆନ୍ତରିକତା ନାହିଁ । ଆମ ସରକାର ଏହାକୁ କୌଣସି ପ୍ରକାର ବରଦାସ୍ତ କରିବେ ନାହିଁ । ମହିଳାଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି । ତ୍ବରିତ ନ୍ୟାୟ ଦେବାକୁ ଆମ ସରକାର ପ୍ରତିଶ୍ରୁତିବଦ୍ଧ କହିଲେ ମୁଖ୍ୟମନ୍ତ୍ରୀ ।
ମହିଳାଙ୍କ ବିରୋଧରେ ଅସଦାଚରଣ ଓଡ଼ିଶାରେ ଅଧିକ । ଦିନ ହେଉକି ରାତି ଅଭିଯୋଗ ଶୁଣ । ଜନସାଧାରଣଙ୍କ ପୋଲିସ୍ ହେଉଛି ବନ୍ଧୁ । ଜନତାଙ୍କ ମଧ୍ୟରେ ପୋଲିସ୍ ବିଶ୍ବାସ ଆଣୁ । ସପ୍ତାହେ ଭିତରେ ପେଣ୍ଡିଂ କେସ୍ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସିଏମ୍ ଆହୁରି କହିଛନ୍ତି, ରାଜ୍ୟରେ ମାଓବାଦୀଙ୍କ ପ୍ରଭାବ ହ୍ରାସ ପାଉଛି ।... କେନ୍ଦ୍ର ସରକାରଙ୍କ ସହଭାଗିତାରେ ନକ୍ସଲମାନଙ୍କୁ ଓଡ଼ିଶାରୁ ନିପାତ କରିବା ଲାଗି ଆମ ସରକାର ଦୃଢ ସଙ୍କଳ୍ପବଦ୍ଧ । ପୋଲିସ୍ ବାହିନୀକୁ ସୁଦୃଢ କରିବା ଲାଗି ଆବଶ୍ୟକ ସରଞ୍ଜାମ, ଅସ୍ତ୍ରଶସ୍ତ୍ର, ପ୍ରଶିକ୍ଷଣ, ଉପକରଣ, ଯାନବାହାନ ଯଥାଶୀଘ୍ର ସରକାର ଯୋଗାଇ ଦେବ । ମାଓ ପ୍ରବଣ ଜିଲ୍ଲା ଗୁଡ଼ିକରେ ଆରକ୍ଷୀ ଅଧିକ୍ଷକ ମାନେ ମାଓବାଦୀ କାର୍ଯ୍ୟକଳାପ ରୋକିବା ଲାଗି ସଂକଳ୍ପବଦ୍ଧ ହେବାର ଆବଶକ୍ୟତା ରହିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ରାଜ୍ୟ ସରକାରଙ୍କ ସମ୍ମିଳନୀ । ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ ଶେଷ ହୋଇଥିବା ବେଳେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ । ଲୋକଙ୍କୁ ସରକାରୀ ଯୋଜନାର ସୁଫଳ କେମିତି ସହଜରେ ପହଞ୍ଚିବ ସେ ନେଇ ହେବ ଆଲୋଚନା । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଅପରାଧ କମାଇବା ଉପରେ ଏସପି ମାନଙ୍କୁ ଗୁରୁମନ୍ତ୍ର ଦେବେ ମୁଖ୍ୟମନ୍ତ୍ରୀ । ଏହାସହ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ଦେବା ନେଇ ଗୁରୁତ୍ଵ ଦେବାକୁ ଦେବେ ପରାମର୍ଶ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବସିଛି ବୈଠକ ।