ଏହା ଉଦ୍ଧାରକାରୀ ଟିମ୍ ପାଇଁ ବଡ ଚ୍ୟାଲେଂଜ ସୃଷ୍ଟି କରିଛି । ଭୂମିକମ୍ପ ଯୋଗୁଁ ତାଇଓ୍ବାନ ସହ ଜାପାନ, ଇଣ୍ଡୋନେସିଅରେ ସୁନାମି ହେବାର ଆଶଙ୍କା ରହିଛି । ସମୁଦ୍ରରେ ୧୦ଫୁଟ ଉଚ୍ଚତାର ଜୁଆର ଆସିପାରେ । ଏଥିପାଇଁ ତାଇଓ୍ବାନର ଉପକୂଳ ବାସିନ୍ଦାଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ତାଇଓ୍ବାନର ହୁଏଲିନ୍ ସହର ଠାରୁ ୧୮ କିମି ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ଗତ ୨୫ ବର୍ଷ ଭିତରେ ସବୁଠାରୁ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ପୂର୍ବରୁ ୧୯୯୯ ମସିହାର ତାଇଓ୍ବାନରେ ବଡ ଧରଣର ଭୂମିକମ୍ପ ହୋଇଥିଲା । ଯାହାର ତୀବ୍ରତା ଥିଲା ୭.୬ । ସେତେବେଳେ ୨୪ଶହ ଲୋକଙ୍କ ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ ବିଦେଶ ଖବର: