ଅକ୍ଷର ପୁରୁଷୋତ୍ତମ ସ୍ୱାମୀ ନାରୟଣ ମନ୍ଦିର ସମଗ୍ର ବିଶ୍ୱରେ ୧୫୦୦ରୁ ଅଧିକ ପ୍ରତିଷ୍ଠା ହୋଇ ସନାତନୀ ଆସ୍ଥା ଓ ବିଶ୍ୱାସର ପ୍ରଚାର ପ୍ରସାର କରିଥାଏ। ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପୂଜ୍ୟ ଗଜପତି ଓ ଡ. ପ୍ରହରାଜଙ୍କୁ ସାକ୍ଷାତ କରି ଏହି ଉଦ୍ୟମ ପାଇଁ ପ୍ରଶଂସା ଓ ଅଭିନନ୍ଦନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗଜପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚତୁର୍ଦ୍ଧା ବିଗ୍ରହଙ୍କର ନିର୍ମାଣ ପୁରୀଠାରେ ହୋଇଥିଲା। ଏହି ମନ୍ଦିରର ନିର୍ମାଣ ୭ଶିଖର ବିଶିଷ୍ଟ ହୋଇଥିବାବେଳେ ଏଥିରେ ୭ ଦେବ ଦେବୀ ଯଥା ଶିବ ପାର୍ବତୀ, ରାଧାକୃଷ୍ଣ, ପୁରୁଷୋତ୍ତମ ସ୍ୱାମୀ ନାରାୟଣ, ତିରୁପତି ବାଲାଜୀ, ଆୟପ୍ପା ସ୍ୱାମୀ, ଶ୍ରୀରାମ ପରିବାର ଆଦି ଅବସ୍ଥାପିତ ହୋଇଛନ୍ତି ।ଏହି ଭବ୍ୟ ଜଗନ୍ନାଥ ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ଦେଖି ସ୍ୱୟଂ ଇନ୍ଦ୍ରଦେବତା ବି ଈର୍ଷା କରିବେ ଏବଂ ଏହିପରି ଏକ ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହୋଇଥିବାରୁ ଏହା ତାଙ୍କର ଏକ ପରମ ଆନନ୍ଦର ଉପଲବ୍ଧି ବୋଲି ଡ. ପ୍ରହରାଜ କହିଛନ୍ତି।
ଅଧିକ ପଢ଼ନ୍ତୁ ବିଦେଶ ଖବର: