10 ଦିନ ଧରି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଲେବାନନରେ 7 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରକେଟ ମାଡ଼ରେ ଶୁକ୍ରବାର ହିଜବୁଲ୍ଲାର ଡ୍ରୋନ ୟୁନିଟ କମାଣ୍ଡର ମହମ୍ମଦ ସରୁର ନିହତ ହୋଇଥିଲା । ଇଣ୍ଟରନ୍ୟାସନାଲ ଅର୍ଗାନିଜେସନ ଫର ମାଇଗ୍ରସନ ରପୋର୍ଟ ଅନୁସାରେ ଲେବାନନରୁ ବିସ୍ଥାପିତ ହୋଇଛନ୍ତି ପ୍ରାୟ 2 ଲକ୍ଷ ନାଗରିକ । ହିଜବୁଲ୍ଲାକୁ ସମର୍ଥନ ଦେଉଥିବା ଇରାନ ସମେତ କୌଣସି ଦେଶକୁ ବି ଜବାବ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଗାଜାରେ ହମାସ ଓ ଲେବାନନରେ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନକୁ ମାଟିରେ ମିଶାଇବ ଇସ୍ରାଏଲ । ଗାଜାରୁ ଯେପର୍ଯ୍ୟନ୍ତ ପଣବନ୍ଦୀ ସୁରକ୍ଷିତ ଭାବେ ଇସ୍ରାଏଲକୁ ନଫେରିଛନ୍ତି ସେଯାଏ ଇସ୍ରାଏଲର ସେନା ଅପରେସନ ଥମିବାର ପ୍ରଶ୍ନ ଉଠୁନାହିଁ ବୋଲି ଜାତସଂଘ ଫୋରମରେ ଚେତାବନୀ ଶୁଣାଇଛନ୍ତି ନେତାନ୍ୟାହୁ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: