ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ଦିନକୁ ୩-୪ ଲିଟର କିମ୍ବା ୭-୮ ଗ୍ଲାସ୍ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ଅଧିକ ପାଣି ପିଇବା ଦ୍ୱାରା ହୃଦ୍ ରୋଗୀଙ୍କ ଅବସ୍ଥା ଖରାପ ହୋଇପାରେ। କେବଳ ଏତିକି ନୁହେଁ, ଅଧିକ ପାଣି ପିଇବା ଦ୍ୱାରା କିଡନୀ ଉପରେ ଚାପ ପଡିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଅତ୍ୟଧିକ ପାଣି ପିଇବା ଦ୍ୱାରା ହୃଦଘାତ ଜନିତ କେଉଁ ସମସ୍ୟା ହେବାର ଆଶଙ୍କା ବହୁତ ଥାଏ । ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ପାଣି ପିଇବା ଜରୁରୀ ହୋଇଥାଏ । କିନ୍ତୁ ଏହା ହୃଦୟ ରୋଗୀଙ୍କ ପାଇଁ ସାଂଘାତିକ ହୋଇପାରେ। ଅତ୍ୟଧିକ ପାଣି ପିଇବା ଦ୍ୱାରା ହୃତପିଣ୍ଡରେ ବ୍ୟାଘାତ, ଧମନୀର ଦୁର୍ବଳତା, ଦ୍ରୁତ ଭାବରେ ହୃଦସ୍ପନ୍ଦନ ବଢିବା ସହିତ ହୃଦଘାତ ହେବାର ଆଶଙ୍କା ଅଧିକ ହୋଇଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାନ୍ତି । ତେଣୁ ଅଧିକ ପାଣି ପିିବା ଠିକ ନୁହେଁ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: