ଜୁଆଣି ହେଉଛି ଏକ ମସଲା ଯାହା ଔଷଧୀୟ ଗୁଣରେ ଭରପୂର ରହିଥାଏ । ଜୁଆଣିରେ ଥିବା ଆଇରନ୍, ମାଙ୍ଗାନିଜ୍, କ୍ୟାଲସିୟମ୍ ଏବଂ ବାୟୋଆକ୍ଟିଭ୍ ଯୌଗିକ ପରି ପୁଷ୍ଟିକର ଖାଦ୍ୟ ଗାଉଟ୍ ଭଲ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଲ୍ୟୁଟୋଲିନ୍, ୩ ଏନ-ବଟିଲଫଥାଲାଇଡ୍ ଏବଂ ବିଟା-ସେଲେନାଇନ୍ ଯୌଗିକ ମିଳିଥାଏ ଯାହା ବ୍ଲଡ୍ରେ ୟୁରିକ୍ ଏସିଡ୍ ଲେବଲ ଏବଂ ପ୍ରଦାହକୁ ମଧ୍ୟ କମ୍ କରିଥାଏ । ତେବେ ଥଣ୍ଡା ଏବଂ କାଶର ଚିକିତ୍ସାରେ ଏହାର ବ୍ୟବହାର ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ ଏବଂ ଏହା ୟୁରିକ୍ ଏସିଡ୍ କୁ ମଧ୍ୟ ଶୀଘ୍ର ନିୟନ୍ତ୍ରଣ କରିଥାଏ । ଏସିଡିଟି ଏବଂ କୋଷ୍ଠକାଠିନ୍ୟରେ ପୀଡିତ ଲୋକଙ୍କ ପାଇଁ ଜୁଆଣି ମଧ୍ୟ ଲାଭଦାୟକ ହୋଇଥାଏ ।
ଆଣ୍ଟି-ବ୍ୟାକ୍ଟେରିଆ ଗୁଣରେ ଭରପୂର ଜୁଆଣି ଶରୀରରେ ଫୁଲାକୁ କମ୍ କରିଥାଏ ଏବଂ ଏହା ଥଣ୍ଡା ଏବଂ କାଶ ଭଳି ଭାଇରାଲ୍ ଇନ୍ଫେକ୍ସନ୍ରୁ ମଧ୍ୟ ରକ୍ଷା କରିଥାଏ । ସେଥିପାଇଁ ଆପଣ ୟୁରିକ୍ ଏସିଡ୍ ସମସ୍ୟାରେ ଜୁଆଣି ଖାଇପାରିବେ । ୟୁରିକ୍ ଏସିଡ୍ ରେ ପୀଡିତ ରୋଗୀମାନେ ଖାଲି ପେଟରେ ପ୍ରତିଦିନ ଜୁଆଣି ପାଣି ପିଇବା ଉଚିତ୍ । ଶୋଇବା ପୂର୍ବରୁ ଏକ ଚାମଚ ଜୁଆଣିକୁ ଏକ ଗ୍ଲାସରେ ରଖନ୍ତୁ ଏବଂ ଏହାକୁ ରାତିସାରା ଭିଜାଇ ରଖନ୍ତୁ । ଏହି ପାଣି ଫିଲ୍ଟର୍ କରି ସକାଳେ ପିଅନ୍ତୁ । ଏହା ବ୍ୟତୀତ ଆପଣ ଜୁଆଣି ସହିତ ଅଦା ମଧ୍ୟ ମିଶାଇ ଖାଇପାରିବେ । ଏସବୁ ବ୍ୟବହାର ଦ୍ୱାରା ଆପଣ ପେଟ ଏବଂ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇପାରିବେ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: