ରାସ୍ତା ସମସ୍ୟା ମଣ୍ଡା ଗାଁର ଆଉ ଏକ ବଡ଼ ସମସ୍ୟା। ପକ୍କା ରାସ୍ତା ନଥିବାରୁ ମାଟି କାଦୁଆ ରସ୍ତାରେ ଯିବା ଆସିବା କରୁଛନ୍ତି ଗ୍ରାମବାସୀ। ବର୍ଷା ଦିନେ ଏହି ରାସ୍ତାରେ ଯିବା ଆସିବା ମୁସ୍କିଲ ହୋଇପଡେ। ଏନେଇ ବହୁବାର ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପକ୍କା ରାସ୍ତା ହୋଇପାରିଲା ନାହିଁ। ଗାଁରେ ପାନୀୟ ଜଳ ସମସ୍ୟା କଥା ନ କହିବା ଭଲ। ଖୁଣ୍ଟ ଭଳି ଲୋକଦେଖାଣିଆ ଛିଡା ହୋଇଛି ଦୁଇବର୍ଷ ହେବ ବସୁଧା ଯୋଜନାରେ ନିର୍ମିତ ହୋଇଥିବା ପାଣିଟାଙ୍କି। କାର୍ଯ୍ୟ ସମ୍ପୁର୍ଣ ହୋଇଯାଇଛି, ଇଲେକ୍ଟ୍ରି ସଂଯୋଗ ମଧ୍ୟ ସରିଛି ତଥାପି ଗ୍ରାମବାସୀଙ୍କୁ ଗ୍ରାମବାସୀଙ୍କୁ ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ।
ଆଧୁନିକ ଓ ଡିଜିଟାଲ ଯୁଗରେ ଏହି ଗାଁରେ ପହଞ୍ଚି ପାରିନି ବିଦ୍ୟୁତ ସେବା । ଅନ୍ଧକାରକୁ ଦୂର କରିବା ପାଇଁ ସୋଲାର ଲାଇଟ ଗାଁରେ ଲଗା ଯାଇଛି ସତ ହେଲେ ଲାଗିବା ଦିନଠୁ ତାହା ଜଳୁନି। ଗାଁର ବହୁ ଯୋଗ୍ୟ ହିତାଧୀକାରୀ ଛଅ ସାତ ବର୍ଷ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି। କଣ ପାଇଁ ୨୪ ବର୍ଷର ସ୍ଥିର ବିଜେଡ଼ି ସରକାର ମଣ୍ଡା ବାସୀଙ୍କୁ ଏତେ ଅନ୍ୟାୟ କରିଛନ୍ତି। କେବେ ବିକାଶର ସିଡି ଚଢ଼ିବେ ମଣ୍ଡାବାସୀ। ନା ପ୍ରଚାର ପ୍ରସାରରେ ସିମୀତ ରହିଯିବ ସରକାରୀ ଯୋଜନା ତାହା ଏବେ ବଡ଼ ପ୍ରଶ୍ନ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: