ଅଧିକ ପଢନ୍ତୁ : ସମ୍ୱଲପୁରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ କାବୁ କଲେ ବିଜେପି କର୍ମୀ
ସୂଚନାଯୋଗ୍ୟ, ତୁଳସୀଚଉରା ବାକ୍ସ ଫେକ୍ଟ୍ରି ଅଂଚଳର ସେକ୍ ଇମଦାତୁଲ୍ଲା ରାତି ୯ଟା ସମୟରେ ତିନି ସାଂଗ ସାହିଲ ଖାନ ଓ ଏମଡି ଅସରଦ ଅନସାରୀଂକ ସହ ଷ୍ଟେଶନ ବଜାରରୁ ଘରକୁ ଫେରୁଥିଲେ । ବାଟରେ ଥିବା ପୋଲ ନିକଟରେ କିଛି ଯୁବକ ସେମାନଂକୁ ଅଟକାଇ ଆଧାର କାର୍ଡ ଦେଖାଇବାକୁ କହିଥିଲେ । ବାଂଗଲାଦେଶରେ ହିନ୍ଦୁଂକ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ସହରରେ ଏହାର ପ୍ରଭାବ ପଡିଥିବାରୁ ସେମାନଂକୁ ସନ୍ଦେହ କରି ପରିଚୟପତ୍ର କିମ୍ବା ଆଧାର କାର୍ଡ ମାଗିଥିଲେ । ତେବେ ସେମାନେ ଆଧାର କାର୍ଡ ଦେଖାଇବା ପରେ ମଧ୍ୟ ଉଭୟଂକ ସହ କଥା କଟାକଟି ହୋଇଥିଲା । ଯାହାକୁ ନେଇ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିବା ସହ ଭୂଜାଲୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏପରିକି ତିନି ମୁସଲିମ ପିଲା ଜାବନ ବଂଚାଇବାକୁ ନେଇ ଦୌଡିବାକୁ ଆରମ୍ଭ କରିଥିଲେ । ତେବେ ଆକ୍ରମଣକାରୀ ବାଇକ ଯୋଗେ ଗୋଡାଇବା ସହ ପଥରରେ ଆକ୍ରମଣ କରିବାରୁ ଜଣେ ଗୁରୁତର ହୋଇପଡିଛନ୍ତି । ଏହି ସମୟରେ ସେମାନେ ପେଟ୍ରୋଲିଂ କରୁଥିବା ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା । ଅନ୍ୟ ପକ୍ଷରେ ଥାନାରେ ଅଭିଯୋଗ କରିବାକୁ କହିଥିବାରୁ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୁକ୍ତମାନଂକୁ ଗିରଫ କରିବା ସହ ପେଟ୍ରୋଲିଂ ଦାୟିତ୍ବରେ ଥିବା କର୍ମଚାରୀଂକ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।