୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ ଉପସ୍ଥାପନ । ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରୁଛନ୍ତି ବଜେଟ୍ । ମୁଦ୍ରାସ୍ପିତୀ ୪% ରଖିବାକୁ ଆକଳନ କରାଯାଇଛି । ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ ବଢ଼ାଯାଇଛି । ୫ ବର୍ଷରେ ୪ କୋଟି ଯୁବବର୍ଗଙ୍କୁ ନିଯୁକ୍ତି, ସୁଦକ୍ଷ ଲକ୍ଷ୍ୟ ରଖାଯାଇଛି । ଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା । ୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ଚାଷୀଙ୍କୁ ମିଳିବ ।
୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ ପାଇଁ ପ୍ରୋତ୍ସାହନ । ଚାଷୀଙ୍କ ଉତ୍ପାଦର ଷ୍ଟୋରେଜ ଓ ମାର୍କେଟିଂ ପାଇଁ ବିଶେଷ ବ୍ୟବସ୍ଥା ହେବ । ଚାଷୀଙ୍କ ପାଇଁ ୧୦ ହଜାର ବାୟୋ ରିସର୍ଚ୍ଚ କେନ୍ଦ୍ର ପ୍ରତିଷ୍ଠା ହେବ । କୃଷି କ୍ଷେତ୍ର ପାଇଁ ୧ ଲକ୍ଷ ୫୨ ହଜାର କୋଟିର ପ୍ରାବଧାନ ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା । ଘର ଲିପା ପୋଛା ସହ ସାଜସଜ୍ଜା । କୃଷି ଭିତ୍ତିକ ଗଣପର୍ବକୁ ପାଳନ କରିବାକୁ ପ୍ରତି ଘରେ, ପ୍ରତି ପରିବାରରେ ଉତ୍ସାହ ଉଦ୍ଦୀପନା । ବର୍ଷକେ ଥରେ ଭାଇ ବନ୍ଧୁ, ପରିଜନ ସମ୍ପର୍କୀୟ ସମସ୍ତଙ୍କ ମିଳନର ନିଆରା ପରମ୍ପରା। ଏଥିପାଇଁ ତ ଯିଏ ଯେତେ ଦୂରରେ ଥିଲେ ବି ଘର ମୁହାଁ ହୁଅନ୍ତି । ତେବେ ସମ୍ବଲପୁରରେ ସକାଳ 9ଟା 12ରୁ 9ଟା 27 ଓ ବଲାଙ୍ଗିର ଜିଲ୍ଲାରେ 9ଟା 35ରୁ 10ଟା 7 ମଧ୍ୟରେ ନବାନ୍ନ ଲାଗି ହୋଇଛି ଲଗ୍ନ ନିର୍ଦ୍ଧାରଣ।
ନିର୍ଦ୍ଧାରିତ ଲଗ୍ନ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ନୂଆ ଶସ୍ୟରେ ପ୍ରସ୍ତୁତ ନବାନ୍ନ ଲାଗି କରାଯିବ । ସେହିପରି ବଲାଙ୍ଗିରର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀ ଓ ପାଟଣେଶ୍ବରୀ, ସୋନପୁରର ସୁରେଶ୍ବରୀଙ୍କ ପୀଠରେ ମଧ୍ୟ ପୂର୍ବ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ପରେ ନୂଆ ଖାଇବେ ଜିଲ୍ଲାବାସୀ। ନୂଆଁଖାଇ ପାଇଁ ଘରେ ଘରେ ଚାଲିଛି ପିଠା ପଣା ପ୍ରସ୍ତୁତି । ଗାଁ ଗାଁରେ ଝାଙ୍କର ଗ୍ରାମ ଦେବଦେବୀଙ୍କ ପୂଜା ସାରି କରି ଘର ଘର ବୁଲି ନୂଆଁ ସରିଆଁ ଧାନ ଦେଇଥାଏ । ଘରର ସବୁ ସଦସ୍ୟ ଏକାଠି ବସି ନୂଆଁ ଖାଇବା ସହ ବଡ଼ମାନଙ୍କୁ ଜୁହାର ଭେଟ ହେବାର ପରମ୍ପରା ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ନିର୍ଯାତନା ଏ ଶବ୍ଦ କେବଳ ଭାରତ ଭିତରେ ସୀମିତ ନୁହେଁ। ଏ ଶବ୍ଦ ସାରା ବିଶ୍ବରେ ନାରୀ ସମାଜ ଉପରେ ପ୍ରଭାବ ପକାଉଛି। ପୁରୁଷ କେବଳ ନିଜର ସୀମିତ ସ୍ବାର୍ଥ ପାଇଁ ନାରୀର ସ୍ବପ୍ନକୁ ଜଳାଞ୍ଜଳୀ ଦେବାକୁ ପଛାଉ ନାହିଁ। ଆଉ ଶେଷରେ ଜୀବନ ନେଉଛି ପୁରୁଷରୂପୀ ନରରାକ୍ଷସ।
ନିକଟରେ କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ସହ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ସେ ଘଟଣା ମନରୁ ନ ଲିଭୁଣୁ ଉଗାଣ୍ଡା ଅଲିମ୍ପିକ୍ସ ଆଥଲେଟଙ୍କୁ ବୀଭତ୍ସ ହତ୍ୟା କରାଯାଇଛି। ପୁଣି ଥରେ ଏହି ଘଟଣା ସମସ୍ତଙ୍କୁ ହତବାକ କରିଛି। ମୃତ୍ୟୁ କଣ କେବେ ଏମିତି ହୋଇପାରେ। କାହିଁକି? ସମାଜ ଏବେ ଏତେ କଳୁଷିତ କାହିଁକି ହୋଇଚାଲିଛି। କାହାକୁ ପେଟ୍ରୋଲ ଢାଳିକି ହତ୍ୟା କରିବା ଏହା କିଭଳି ସମ୍ଭବ। ଭାବିଲା ବେଳକୁ ହିଁ ଡର ଲାଗୁଛି। କିନ୍ତୁ ଏଭଳି ଘଟିଛି।
ପେଟ୍ରୋଲ ଢାଳି ଜାଳିଦେଲା ଜହ୍ଲାଦ ପ୍ରେମିକ। ଉଗାଣ୍ଡା ଅଲିମ୍ପିକ୍ ଆଥଲେଟ୍ ରେବେକା ଚେପ୍ଟେଗିଙ୍କ ମୃତ୍ୟୁ ଘଟିଛି। ଉଗାଣ୍ଡା ଅଧିକାରୀଙ୍କ କହିବା ଅନୁଯାୟୀ, ତାଙ୍କ ପ୍ରେମିକ ତାଙ୍କ ଉପରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ୩୩ ବର୍ଷୀୟ ମାରାଥନ୍ ଧାବିକା ନିକଟରେ ସରିଥିବା ପ୍ୟାରିସ୍ ଅଲିମ୍ପିକ୍ କ୍ରୀଡ଼ାରେ ଭାଗ ନେଇଥିଲେ। ରବିବାର ଆକ୍ରମଣରେ ସେ ଗୁରୁତର ଭାବେ ଜଳି ଯାଇଥିବା ଡାକ୍ତରମାନେ କହିଥିଲେ।
ସେପଟେ ଉତ୍ତର-ପଶ୍ଚିମ କେନିଆର ଅଧିକାରୀମାନେ କହିଛନ୍ତି ଯେ ରେବେକା ଚର୍ଚ୍ଚରୁ ଫେରୁଥିବା ବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ରେବେକା ଉତ୍ତର-ପଶ୍ଚିମ କେନିଆରେ ରହୁଥିଲେ ଏବଂ ଏଠାରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଆଥଲେଟ୍ ଓ ତାଙ୍କ ପାର୍ଟନରଙ୍କ ମଧ୍ୟରେ ଜମିବାଡ଼ି ବିବାଦ ଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଘଟଣାର ତଦନ୍ତ ଚଳାଇଛି।
ଉଗାଣ୍ଡା ଆଥଲେଟ୍ ମହାସଂଘ ଏକ୍ସରେ ଲେଖିଛି, “ଅତ୍ୟନ୍ତ ଦୁଃଖର ସହ ଆମର ଜଣେ ଆଥଲେଟ୍ ରେବେକା ଚେପ୍ଟେଗିଙ୍କର ଆଜି ସକାଳେ ଦେହାନ୍ତ ହୋଇଛି। ସେ ଘରୋଇ ହିଂସାର ଶିକାର ହୋଇଥିଲେ। ଆମେ ଏଭଳି ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ସହ ନ୍ୟାୟ ଦାବି କରୁଛୁ। ରେବେକାଙ୍କ ପରିବାର ଲୋକେ ମୃତ୍ୟୁ ସମ୍ପର୍କରେ କୌଣସି ବୟାନ ଦେଇ ନ ଥିଲେ ମଧ୍ୟ ତାଙ୍କୁ ଭର୍ତ୍ତି ହୋଇଥିବା ଡାକ୍ତରଖାନାରେ ଚିକିତ୍ସା କରିଥିବା ଡାକ୍ତର ଓଭେନ୍ ମେନେଶ କହିଛନ୍ତି ଯେ ମଲ୍ଟି ଅର୍ଗାନ ଫେଲ୍ୟୁୟର ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ତେବେ ଏହି ଘଟଣାରେ ଆଥଲେଟଙ୍କୁ ତୁରନ୍ତ ନ୍ୟାୟ ମିଳିବା ଦରକାର। ଏବଂ ତାଙ୍କ ପ୍ରେମିକଙ୍କୁ କଠୋର ଦଣ୍ଡ ମିଳିବା ଦରକାର।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ।
ମାଆ ସମଲେଶ୍ବରୀଙ୍କ ଦର୍ଶନ ସହ ନବାନ୍ନ ଗ୍ରହଣ କାର୍ଯ୍ୟକ୍ରମ॥ ସାଙ୍ଗରେ ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ॥ ମନ୍ତ୍ରୀ ସୂର୍ଯ୍ୟବଂଶୀ, ସୁରେଶ ପୂଜାରୀ, ରବି ନାଏକ ବି ହେବେ ସାମିଲ।
ଅଧିକ ପଢନ୍ତୁ ଓଡ଼ିଶା ଖବର