ଏଷ୍ଟ୍ରୟଡ 2013NK4 ଆକ୍ରମଣ ଯୋଗୁ ପୃଥିବୀର କିଛି ଅଂଶ ଧ୍ବସ ପାଇବାରୁ ରକ୍ଷା ପାଇଯାଇଛି। ଏହି ଘଟଣା ୨୦୨୪ ମସିହା ଏପ୍ରିଲ ୧୫ ତାରିଖରେ ଘଟିଛି। ୨୦୦୦ ଫୁଟ ଚଉଡା ଏହି ଏଷ୍ଟେରୟଡ ପୃଥିବୀର ବହୁତ ନିକଟ ଦେଇ ଗଲା। ଏହା ଚନ୍ଦ୍ରମା ପୃଥିବୀ ଦୂରତାର ୮ଗୁଣ ଦୂରତା ଦେଇ ଅତିକ୍ରମ କଲା। କିନ୍ତୁ ଅନ୍ତରୀକ୍ଷରେ ଏହି ଦୂରତା ଅଧିକ ହୋଇ ନ ଥାଏ। ଏହି ଏଷ୍ଟ୍ରୟଡ ପୃଥିବୀର କୌଣସି ଏକ ସହରକୁ ଧ୍ବଂସ କରିବାର କାରଣ ହୋଇପାରିଥାନ୍ତା। ଏହା ପୃଥିବୀର ଏତେ ନିକଟତର ହୋଇଥିଲା ଯେ, ଏହାର ଦୃଶ୍ୟ ଏବେ ବି ଚାହିଁଲେ ଆପଣ ଟେଲିସ୍କୋପ ମାଧ୍ୟମରେ ଦେଖିପାରିବେ। ଏବେ ବି ଏହାକୁ ନେଇ ଭୟ ଲାଗିରହିଛି। ଆସନ୍ତା ୫ବର୍ଷ ମଧ୍ୟରେ ଏହା ପୁଣି ପୃଥିବୀର ନିକଟତର ହେବାର ସମ୍ଭାବନା ରହିଛି। ଏଥର ୩୨ ଲକ୍ଷ କିଲୋମିଟର ଦେଇ ପୃଥିବୀର ନିକଟତର ହୋଇଥିଲା। ତେବେ ଏହାର ଗତି ଘଣ୍ଟା ପ୍ରତି ୫୯ ହଜାର କିଲୋମିଟର ଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର