ସେ ୧୯ ସେପ୍ଟେମ୍ବରରେ ତିରୁପତି ମନ୍ଦିରକୁ ଯାଇଥିଲେ । ପ୍ରତ୍ୟେକ ଭକ୍ତଙ୍କ ପରି ପଦ୍ମାବତୀ ମଧ୍ୟ ମନ୍ଦିରରୁ ପ୍ରସାଦ ଆଣି ତାଙ୍କ ନିକଟତମ ଲୋକଙ୍କ ମଧ୍ୟରେ ବାଣ୍ଟିଥିଲେ । ପଦ୍ମାବତୀଙ୍କ କହିବା ଅନୁଯାୟୀ, ଯେତେବେଳେ ଆମେ ଲଡୁ ଖୋଲି ଲୋକମାନଙ୍କ ମଧ୍ୟରେ ବାଣ୍ଟିବା ଆରମ୍ଭ କରିଥିଲୁ, ପ୍ରସାଦ ଭିତରେ ଏକ କାଗଜରେ ତମାଖୁ ଗୁଡ଼ାଯାଇଥିବା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ତେବେ ପଦ୍ମାବତୀଙ୍କ ଏହି ବୟାନ ପରେ ଲକ୍ଷ ଲକ୍ଷ ତିରୁପତି ଭକ୍ତଙ୍କ ଆବେଗକୁ ପୁଣି ଶକ୍ତ ଆଘାତ ଲାଗିଛି ।
ସେପଟେ ମହିଳାଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛି ଶ୍ରୀ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ତିପୁରତି ତିରୁମାଳା ଦେବସ୍ଥାନମ ବା ଟିଟିଡି । ଏହି ଲଡୁକୁ ବୈଷ୍ଣବ ବ୍ରାହ୍ମଣମାନେ ଅତି ପବିତ୍ରତାର ସହ କରିଥାନ୍ତି ଏବଂ ଏହି ପୂରା ପ୍ରକ୍ରିୟା ସିସିଟିଭି ନଜରରେ ହୋଇଥାଏ ବୋଲି ଟିଟିଡି କହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର