ମୃତକ ମାନେ ଚନ୍ଦନପୁର ଗ୍ରାମର ବୋଲି ଜଣାପଡିଛି। ସେପଟେ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକଟି ଝାରପୋଖରିଆ ଥାନା ଆଡୁ ଦ୍ବାରଶୁଣି ଘାଟିକୁ ଯାଉଥିବା ବେଳେ ସ୍କୁଟି ସହ ଦୁର୍ଘଟଣା ଘଟିଛି।
ସ୍କୁଟିଟି ଉପରେ ଟ୍ରକ ଚାପି ଯାଇ ୩୦ଫୁଟ ଦୂରକୁ ଘୋଷାଡି ନେଇଥିବା ସୂଚନା ମିଳିଛି। ମୃତ ଦୁଇ ଯୁବକ ହେଲେ ଚନ୍ଦନପୁର ଗ୍ରାମର ବାବୁଲୁ ବେହେରା ଓ ରବି ବେହେରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଟ୍ରକ୍କୁ ଜବତ କରାଯାଇଥିବା ବେଳେ ଡ୍ରାଇଭର ଫେରାର ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର