ଆମରିକା ଗସ୍ତର ସଫଳତାକୁ ନେଇ ନିଜେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସ ପୋଷ୍ଟରେ ଭଡିଓ ସେୟାର କରିଛନ୍ତି । ଯେଉଁଥିରେ 140 କୋଟି ଦେଶବାସୀଙ୍କ ପ୍ରତିନିଧି ଭାବେ ଜାତିସଂଘ, କ୍ବାଡ ବୈଠକରେ ସାମିଲ ହେବା ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକର ସଫଳତା ଉଲ୍ଲେଖ କରିଛନ୍ତି । ଭାରତ-ଆମେରିକା ସଂପର୍କକୁ ମଜଭୂତ କରିବା ଦିଗରେ ରାଷ୍ଟ୍ରପତି ବାଇଡେନଙ୍କୁ ଧନ୍ୟବାଦ ଦେଇଛନ୍ତି ମୋଦି । ଗତମାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଗସ୍ତ ଓ ଦୁଇ ମାସ ପୂର୍ବରୁ ରୁଷିଆ ଗସ୍ତକୁ କ୍ବାଡ ମଞ୍ଚରେ ପ୍ରଶଂସା କରିବା ସହ ବିଶ୍ଵଶାନ୍ତି ପାଇଁ ଭାରତର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ବାଇଡେନ ।
ଡେଲାୱରରେ କ୍ବାଡ ବୈଠକ ପରେ ନ୍ୟୁୟର୍କର ନସାଉ କଲେଜିଅମରେ ପ୍ରବାସୀ ଭାରତୀୟଙ୍କ ଉତ୍ସାହକୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ମୋଦି । ପ୍ରଯୁକ୍ତି ଜ୍ଞାନରେ ଦକ୍ଷ ଯୁବଶକ୍ତି ଆଗାମୀ ସମୟରେ ବିକଶିତ ଭାରତର ଶକ୍ତ ମୂଳଦୂଆ ହେବେ ବୋଲି ଭରସା କରିଛନ୍ତି ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡିଶା ଖବର...