ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାର ମଇଦାନରେ ଓଡ଼ିଆ ନେତାଙ୍କ ରଣ ହୁଙ୍କାର । ଝାଡ଼ଖଣ୍ଡ ନିର୍ବାଚନରେ ଏଥର ନିର୍ଣ୍ଣାୟକ ଭୂମିକାରେ କୋହ୍ଲାନ ପ୍ରଖଣ୍ଡର ୧୪ ଟି ବିଧାନସଭା କ୍ଷେତ୍ରର ଓଡ଼ିଆ ଭୋଟର । ପୂର୍ବ, ପଶ୍ଚିମ ସିଂହଭୂମ ଏବଂ ଷଢେଇକଳା ଖରସୁଆଁ ଜିଲ୍ଲାରେ ଅଛନ୍ତି ୨୦ ଲକ୍ଷରୁ ଅଧିକ ଓଡ଼ିଆ ଭୋଟର । ହେମନ୍ତ ସୋରେନ ସରକାର ଓଡ଼ିଆ ବହୁଳ ଅଞ୍ଚଳର ବିକାଶରେ ହୋଇଛନ୍ତି ବିଫଳ । ଅବହେଳିତ ଓଡ଼ିଆଙ୍କୁ ନ୍ୟାୟ ଦେବା ସହ ଅଞ୍ଚଳର ବିକାଶ ପ୍ରତିଶ୍ରୁତି ଦେଇଛନ୍ତି ବିଜେପିର ଓଡ଼ିଆ ନେତା । ବହଡାଗୋଡା ବିଧାନସଭା କ୍ଷେତ୍ରର ଚାକୁଳିଆରେ ମହିଳା ସମାବେଶରେ ସାମିଲ ହୋଇ ଝାଡ଼ଖଣ୍ଡ ସରକାରଙ୍କ ଆଦିବାସୀ ଓ ମହିଳା ଶୋଷଣ ନୀତିର ପର୍ଦ୍ଦାଫାସ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ ।
ଅଧିକ ପଢନ୍ତୁ : କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସମାଲୋଚନା
ଆସନ୍ତା ୧୩ ତାରିଖରେ ୪୩ଟି ବିଧାନସଭା କ୍ଷେତ୍ରରେ ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ। ସେଥିମଧ୍ୟରେ ରହିଛି କୋହ୍ଲାନ ପ୍ରଖଣ୍ଡର ୧୪ ଟି ଓଡ଼ିଆ ବହୁଳ ବିଧାନସଭା କ୍ଷେତ୍ର। ବିଜେପି ସଂକଳ୍ପ ପତ୍ରରେ ରାଜ୍ୟବାସୀଙ୍କ ପାଇଁ 25 ବଡ଼ ଘୋଷଣା ପ୍ରତିଦ୍ବନ୍ଦୀ ଇଣ୍ଡିମେଣ୍ଟର ଚିନ୍ତା ବଢ଼ାଇଛି ।