ଅର୍ଗସ ବ୍ୟୁରୋ:କଟକ ଗଣଦୁଷ୍କର୍ମ ମାମଲାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ସରକାର । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । କଟକରେ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତିରେ ଯେଉଁ ଘଟଣା ଘଟିଛି, ସେହି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଛି । କୌଣସି ଟାଳଟୁଳ ନୀତି ଆପଣାଇବେନି, ଦୋଷୀକୁ ଦଣ୍ଡିତ କରିବା ପାଇଁ ସବୁ ପଦକ୍ଷେପ ନିଆଯିବ । ଓଡ଼ିଶାରେ ମହିଳା ନିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉଛି । ୨୦୩୬ସୁଦ୍ଧା ମହିଳା ନିରୋଧୀ ଅପରାଧ ମୁକ୍ତ ହେବ ଓଡିଶା । ମହିଳାଙ୍କ ଉପରେ ଆକ୍ରମଣ ହେଉ କି ନିର୍ଯାତନା କିମ୍ବା ଦୁଷ୍କର୍ମ, ସରକାର କଠୋର ଭାବେ ଦମନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ମହିଳା ବିରୋଧୀ ଅପରାଧରେ ଶୂନ୍ୟ ସହନଶୀଳତା ନୀତି ଆପଣାଇବାକୁ ସରକାର କହିଛନ୍ତି