ବୁନ୍ଦୀ : ରାଜସ୍ଥାନର ବୁନ୍ଦୀ ଜିଲ୍ଲାରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାପଡି ଗ୍ରାମ ନିକଟରେ ଏକ ବରଯାତ୍ରୀ ବସ୍ ମେଜ୍ ନଦୀରେ ଓଲଟି ପଡ଼ିଯାଇଛି। ଲାଖେରୀ ଥାନାରେ ହୋଇଥିବା ଏହି ଦୁର୍ଘଟଣାରେ ଏଯାଏଁ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ୧୨ ଜଣ ଲୋକଙ୍କୁ ଆହତ ଅବସ୍ଥାରେ ମେଜ୍ ନଦୀରୁ ରେସକ୍ୟୁ କରାଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
କୋଟାର ଦାଦିବାଡ଼ିରୁ ଗୋଟିଏ ପରିବାର ଏକ ବିବାହ ସମାରୋହରେ ସାମିଲ ହେବାକୁ ବସ୍ ଯୋଗେ ସବାଇ ମାଧୋପୁର ଯାଉଥିଲେ। ଏହି ସମୟରେ ରାସ୍ତାରେ ବରଯାତ୍ରୀ ଗାଡିଟି ପାପଡ଼ି ଗ୍ରାମ ନିକଟବର୍ତ୍ତୀ କୋଟା-ଲାଲସୋଟ ମେଗା ହାଇୱେରେ ଭାରସାମ୍ୟ ହରାଇ ମେଜ୍ ନଦୀରେ ଲେଉଟି ପଡ଼ିଥିଲା।
ବୁନ୍ଦୀର ଜିଲ୍ଲାପାଳ ଅନ୍ତରସିଂହ ନେହରା ଏନେଇ କହିଛନ୍ତି ଯେ, ବିବାହ ସମାରୋହରେ ସାମିଲ ହେବା ପାଇଁ ଏକ ପରିବାର ମାଧୋପୁର ଯାଉଥିଲେ। ବସଟି ନଦୀରେ ଭାରସାମ୍ୟ ହରାଇ ଲେଉଟି ପଡ଼ିବା ପରେ ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ୧୨ ରୁ ୧୩ଟି ଶବ ଉଦ୍ଧାର କରାଯାଇଛି। ବସରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ସହୀଦଙ୍କ ସ୍ମୃତି ସଜିତ ହୋଇ ରହିବା ପାଇଁ ଦେଶ ମାତୃକା ସେବାରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିବା ସହୀଦ ଯବାନଙ୍କ ମାଟିରୁ ମାଟି ସଂଗ୍ରହ କରାଯାଉଛି । 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଜରିଆରେ ଏହି ମାଟି ସଂଗ୍ରହ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହି ପରିପେକ୍ଷରେ ଆଳି ନିର୍ବାଚନ ମଣ୍ଡଳୀ ନରେନ୍ଦ୍ରପୁର ପଞ୍ଚାୟତରେ ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ 'ମୋ ମାଟି, ମୋ ଦେଶ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାଟିର ତମାମ ନେତା, କର୍ମୀ ଓ ଜନସାଧାରଣ ଉତ୍ସାହର ସହିତ ଘରକୁ ଘର ବୁଲି ମାଟି ସଂଗ୍ରହ କରୁଥୁବା ଦେଖିବାକୁ ମିଳିଛି । ସବୁଠୁ ବଡ଼ କଥା ହେଉଛି ଲୋକ ମାନେ ଉତ୍ସାହର ସହିତ ଏହି ଭବ୍ୟ କଳସକୁ ମାଟି ଦେଉଥିବା ଦେଖିବାକୁ ମିଳିଛି ।
ଅର୍ଗସ ବ୍ୟୁରୋ: ବଢ଼ିବାରେ ଲାଗିଛି ତେଲୁଗୁ ଅଭିନେତ୍ରୀ ସାମନ୍ଥାଙ୍କ କ୍ରେଜ। ସାମନ୍ଥା ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଅନେକ ସମୟରେ ଲାଇମଲାଇଟରେ ରୁହନ୍ତି। ଫିଲ୍ମରୁ ବିରତି ନେଇ ପୁଣି କମବ୍ୟାକ କରୁଛନ୍ତି ସାମନ୍ଥା। ବିଜୟ ଦେବରକୋଣ୍ଡାଙ୍କ ପରେ ବଲିଉଡ ଦଙ୍ଗବ ଷ୍ଟାର ସଲମାନ ଖାନଙ୍କ ସହ କରିବେ ସ୍କ୍ରିନ ସେୟାର। ଯାହାକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି।
ଫିଲ୍ମ 'ପୁଷ୍ପା-୨'ରେ ତାଙ୍କର ଆଇଟମ ଗୀତ ପାଇଁ ସେ ଅଧିକ ଚର୍ଚ୍ଚାରେ ରହିଥିଲେ। ଏବେ ସେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ସହିତ ରୋମାନ୍ସ କରିବେ ବୋଲି ଏକ ଖବର ଆସିଛି। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ସାମନ୍ଥା ନଜରକୁ ଆସିବାକୁ ଯାଉଛନ୍ତି। ତେବେ ଏହା କେତେଦୂର ସତ ତାହା ଜଣାପଡିନାହିଁ।
ଏଥିରେ ଫିଲ୍ମରେ ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ଏବଂ ତ୍ରିଶାଙ୍କୁ ମଧ୍ୟ ଦେଖିବାକୁ ମିଳିବ କୁହାଯାଉଛି। ତେବେ ସାମନ୍ଥା ନିକଟରେ ଏକ ରୋଗରେ ପୀଡିତ ଥିଲେ। ସେଥିପାଇଁ ସେ ସିନେମା ଜଗତରୁ କିଛି ସମୟ ପାଇଁ ବିରତି ନେଇ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଉଥିଲେ। ନିକଟରେ ସାମନ୍ଥାଙ୍କୁ ଫିଲ୍ମ 'ଖୁସି'ରେ ଦେଖିବାକୁ ମିଳିଥିଲା। ସାମନ୍ଥା ୨୦୧୦ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:
ଅର୍ଗସ ବ୍ୟୁରୋ : ଆଜି ଅପରାହ୍ନ ୪ ଟା ବେଳେ ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳ ପ୍ରବେଶ ବଢ଼ିବାରେ ଲାଗିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବାମ ପାର୍ଶ୍ୱରେ ୪ଟି ଓ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ କରାଯିବ । ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୫୮ ହଜାର ୮୯୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ୬୨୯.୧୦ ଫୁଟ ରହିଛି ।