ଅର୍ଗସ ବ୍ୟୁରୋ:ତୁଷ୍ଟିକରଣ ରାଜନୀତିର ସବୁ ସୀମା ପାର କରିଛି କର୍ଣ୍ଣାଟକର କଂଗ୍ରେସ ସରକାର। ଏ ଦୃଶ୍ୟ ସାରା ଦେଶକୁ ବିଚଳିତ କରିଦେଇଛି। ଶେଷରେ ଭଗବାନ ଗଣପତିଙ୍କ ମୂର୍ତ୍ତିକୁ ଛାଡ଼ିଦେଲେନି। ପ୍ରଦର୍ଶନକାରୀଙ୍କ ହାତରୁ ଛଡ଼ାଇ ପୋଲିସ ଭ୍ୟାନ ଭିତରେ ବନ୍ଦ କରିଦେଲେ। ଇଏ ସେହି ଭ୍ୟାନ ଯେଉଁଥିରେ ଅପରାଧୀଙ୍କୁ ନିଏ ପୋଲିସ। ସେହି ଭ୍ୟାନରେ ଭକ୍ତଙ୍କଠାରୁ ଛଡ଼ାଇ ଭଗବାନଙ୍କୁ ନେଇ ବନ୍ଦ କରିଦେଲା କର୍ଣ୍ଣାଟକ ପୋଲିସ। ଏହାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଘଟଣା ଥିଲା ଏମିତି କର୍ଣ୍ଣାଟକ ମାଣ୍ଡ୍ୟାରେ ଗଣେଷ ବିସର୍ଜନ ବେଳେ ଜିହାଦୀମାନେ ଶୋଭାଯାତ୍ରା ଉପରେ ପଥରମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ ଓଲଟା ଗଣେଶ ଭକ୍ତଙ୍କ ପ୍ରତି କଠୋର ହୋଇଥିଲା। ବହୁ ଗଣେଶ ଭକ୍ତଙ୍କୁ ଗିରଫ କରିଥିଲା କର୍ଣ୍ଣାଟକ ପୋଲିସ। ଏହାକୁ ବିରୋଧ କରି ସାରା ରାଜ୍ୟରେ ଗଣେଶ ଭକ୍ତ ପ୍ରଦର୍ଶନ କରିଥିଲେ। ବେଙ୍ଗାଳୁରୁରେ ପ୍ରଦର୍ଶନକାରୀମାନେ ଭଗବାନ ଗଣେଶଙ୍କର ପ୍ରତିମା ଧରି ବିରୋଧ ଶୋଭାଯାତ୍ରା କରୁଥିଲେ। ତେବେ ପୋଲିସ ପ୍ରଦର୍ଶନକାରୀଙ୍କ ପାଖରେ ଗଣେଶଙ୍କ ପ୍ରତିମା ଛଡ଼ାଇନେଇ ପୋଲିସ ଭ୍ୟାନରେ ବନ୍ଦ କରିଦେଇଥିଲା। ଏହାକୁ ନେଇ ସାରା ଦେଶରେ ଦେଖିବାକୁ ମିଳିଥିଲା ପ୍ରତିକ୍ରିୟା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବି ଏ ଘଟଣାକୁ ଭର୍ସନା କରିଥିଲେ।
ଭଦ୍ରକ: ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ବୟାଙ୍ଗଡିହି ପଞ୍ଚାୟତ ଗୁଡୁପୋଖରୀ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପତାକା ଉପୁଡାକୁ ନେଇ ଉତ୍ତେଜନା । ଯାହାକୁ ନେଇ ୪ ଜଣ ଆହତ ହୋଇଥିବାବଳେ ଜଣେ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଇଥିବାବେଳେ ଜଣେ ଚିକିତ୍ସା ପାଇଁ କଟଟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ଧୂଷୁରୀ ଓ ଧାମନଗର ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ ହୋଇଛି ।
ସେପଟେ ଉକ୍ତ ବଜାରରେ ଗୋଷ୍ଠୀ ସଂଘର୍ଷକୁ ନେଇ BNSS ର ୧୬୩ ଧାରା ଲାଗୁ ହୋଇଛି । ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ନିର୍ଦ୍ଦେଶରେ ୧୬୩ ଧାରା ଲାଗୁ ହୋଇଛି । ୧୯ ତାରିଖ ଅପରାହ୍ନ ୨ ଟା ଠାରୁ ୨୧ ସକାଳ ୧୦ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ । ଏହି ସମୟରେ ଗୁଡୁପୋଖରୀର ଅଞ୍ଚଳରେ ଏକତ୍ରିତ ନହେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଭୁବନେଶ୍ୱର: ଟ୍ରପଲାଇନ ପ୍ରଭାବରେ ରାଜ୍ୟରେ ହାଲୁକରୁ ମଧ୍ୟମ ବର୍ଷା ଜାରି ରହିଥିବା ବେଳେ ପୁଣି ୨୨ ତାରିଖରୁ ବଢିବ ବର୍ଷାର ପରିମାଣ। ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ବିଶେଷ କିଛି ବର୍ଷା ନାହିଁ । କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୨ ଏବଂ ୨୩ ତାରିଖରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ସହିତ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
୨୨ ତାରିଖ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାରେ । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ୨୩ ତାରିଖ ଦିନ ବି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ବିଜୁଳି ହେବାର ସମ୍ଭାବନା ରହିଛି। ଉପକୂଳ ଜିଲ୍ଲା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟେ ଦୁଇଟି ଜିଲ୍ଲାମାନଙ୍କ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ହେବା ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଏବଂ ଖୋର୍ଦ୍ଧା ଜିଲ୍ଲାରେ । ଏବେ ଯାଏଁ କିଛି ପୂର୍ବାନୁମାନ ନାହିଁ । ୨୪ ୨୫ ତାରିଖରେ ବି ବର୍ଷା ରହିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର