ତେଣୁ ପଞ୍ଜାବ କିଙ୍ଗ୍ସ ତାଙ୍କ ଅଧୀନରେ ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ପଞ୍ଜାବ କିଙ୍ଗ୍ସ ସିଇଓ ସତୀଶ ମେନନ। ଏଯାଏ ଥରେ ମଧ୍ୟ ପଞ୍ଜାବ ଆଇପିଏଲରେ ଚାମ୍ପିୟନ ଆଖ୍ୟା ଅର୍ଜନ କରି ନ ଥିବା ବେଳେ କେବଳ ୨୦୧୪ରେ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଆଗାମୀ ସିଜନରେ ପଞ୍ଜାବ ଏକ ଭିନ୍ନ ବ୍ରାଣ୍ଡର କ୍ରିକେଟ ଖେଳିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପଣ୍ଟିଂ।
ଗତ ସିଜନରେ ପଞ୍ଜାବ ନିକଟରେ ଅର୍ଶଦୀପ ସିଂ, ଜୀତେଶ ଶର୍ମା, କାଗିସୋ ରବାଡା, ଲିଆମ ଲିଭିଙ୍ଗଷ୍ଟୋନ, ସାମ କୁରାନ ଓ ଜନି ବେୟାରଷ୍ଟୋଙ୍କ ପରି ଖେଳାଳି ରହିଥିଲେ ମଧ୍ୟ ଏହା ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଦୁଇ ଅନକ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ ଓ ଆଶୁତୋଷ ଶର୍ମା ପ୍ରଭାବୀ ପ୍ରଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର