ପ୍ରଥମ ଦିନର ପ୍ରତିଯୋଗିତାରେ ୧୮ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା- ବାଳକ ବର୍ଗରେ କ୍ରୀଡାବିତ୍ ପ୍ରତୀକ ମହାରଣାଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଚିନ୍ମୟ ନାଗଙ୍କୁ କାଂସ୍ୟ ପଦକ ମିଳିଛି। ସେହିପରି ୨୦ ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତା- ବାଳକ ବର୍ଗରେ କ୍ରୀଡାବିତ୍ ଦୋଣ୍ଡପତି ଜୟରାମଙ୍କୁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ମହେନ୍ଦ୍ର ସନ୍ତାଙ୍କୁ ରୌପ୍ୟ ପଦକ ମିଳିଛି। ୨୦ ବର୍ଷରୁ କମ୍ ୫ ହଜାର ମିଟର ଦୌଡ଼ ପ୍ରତିଯୋଗିତା -ବାଳକ ବର୍ଗରେ ପ୍ରଦୀପ ମହତାଙ୍କୁ ରୌପ୍ୟ ପଦକ ମିଳିଛି। ୧୮ ବର୍ଷରୁ କମ୍ ଲଙ୍ଗଜମ୍ପ- ବାଳିକା ବର୍ଗରେ ସଂଜୁ ହନ୍ତାଳଙ୍କୁ କାଂସ୍ୟ ପଦକ ମିଳିଛି । ୧୮ବର୍ଷରୁ କମ୍ ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ମଧ୍ୟ ସଂଜୁ ହନ୍ତାଳଙ୍କୁ ମିଳିଛି କାଂସ୍ୟ ପଦକ ।
ଅଧିକ ପଢ଼ନ୍ତୁ ଖେଳ ଖବର: