ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: କମିସନରେଟ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ | ଭୁବନେଶ୍ୱର ଡିସିପି ପିନାକ ମିଶ୍ର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବିଭିନ୍ନ ଅଞ୍ଚଳ ବୁଲି ଫ୍ଲାଗ ମାର୍ଚ୍ଚ କରିଛନ୍ତି | ରାଜଧାନୀବାସୀ କେମିତି ସୁରକ୍ଷିତ ଭାବେ ପୂଜା ପାଳନ କରିବେ ତାକୁ ଗୁରୁତ୍ୱ ଦିଆଯାଇଛି | ଭୁବନେଶ୍ୱରରେ ସୁରକ୍ଷାକୁ କଡାକଡି କରାଯାଇଛି | ବିଶେଷ କରି ଟ୍ରାଫିକ ସମସ୍ୟାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି | ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରିବା ପାଇଁ ପୂଜା କମିଟି ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | ପୂଜା ଦେଖିବା ପାଇଁ ଘରୁ ବାହାରିବା ବେଳେ ଘରେ ଡବଲ ଲକ କରିବା ସହ ସୁନା ଅଳଙ୍କାର ସବୁକୁ ସୁରକ୍ଷିତରେ ରଖିବାକୁ ଅପିଲ କରିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଦିନ ୧୨ଟା ପୂର୍ବରୁ ଖାତାକୁ ଆସିବ ‘ସୁଭଦ୍ରା’ ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ପଇସା ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତି ପଠାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ପ୍ରାୟ ୩୫ ଲକ୍ଷରୁ ଅଧିକ ମହିଳାଙ୍କୁ ‘ସୁଭଦ୍ରା’ ଟଙ୍କା ମିଳିବ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓଡ଼ିଶାର ମହିଳାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏପର୍ଯ୍ୟନ୍ତ ୧ କୋଟିରୁ ଅଧିକ ମହିଳା ହିତାଧିକାରୀ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ଲାଗି ଆବେଦନ କରିସାରିଲେଣି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳରେ ଟ୍ରେଣ୍ଡରେ ହ୍ୟାଟ୍ରିକ ଦେଖି ବିଜେପି ୧୦୦ କିଲୋଗ୍ରାମ ଜଲେବି ଅର୍ଡର କରିଥିବା ଜଣାପଡିଛି। ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ବିଜେପି ୪୮ଟି ଆସନରେ ଆଗୁଆ ରହିଛି। ଯେଉଁଠାରେ କଂଗ୍ରେସ ୩୬ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୬ଟି ଆସନରେ ଆଗରେ ଅଛନ୍ତି।
ହରିୟାଣାରେ ଏପର୍ଯ୍ୟନ୍ତ ଟ୍ରେଣ୍ଡ ଅନୁଯାୟୀ ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନର ଗଣତି ଉପରେ ଭାଜପା ନେତା ଗୌରବ ଭାଟିଆ କହିଛନ୍ତି ଯେ ଏହା ହେଉଛି ଗଣତନ୍ତ୍ରର ବିଜୟ। ଆଜି ଇତିହାସ ସୃଷ୍ଟି ହେଉଛି କାରଣ ଏହି ଧାରା ସୂଚାଇ ଦେଉଛି ଯେ ତୃତୀୟ ଥର ପାଇଁ ହରିୟାଣାରେ ବିଜେପି ସରକାର ଗଠନ କରିବ। ଜମ୍ମୁ କଶ୍ମୀରରେ ନିର୍ବାଚନ ଐତିହାସିକ ଅଟେ। ପୂର୍ବ ନିର୍ବାଚନ ଅପେକ୍ଷା ଜମ୍ମୁ କଶ୍ମୀରରେ ବିଜେପି ଭଲ ପ୍ରଦର୍ଶନ କରୁଛି। ଆମେ ସବୁଠୁ ବଡ ଦଳ ଭାବରେ ଉଭା ହେବା।
ହରିୟାଣା, ଜମ୍ମୁ କଶ୍ମୀର ନିର୍ବାଚନ ଧାରା ଉପରେ କଂଗ୍ରେସ ଏମପି ଶଶି ଥରୁର କହିଛନ୍ତି, ଆମେ ବର୍ତ୍ତମାନ ସମୟ ପୂର୍ବରୁ ସିଦ୍ଧାନ୍ତ ନେବା ଉଚିତ୍ ନୁହେଁ। ବର୍ତ୍ତମାନ ସମୟରେ ସେମାନେ (ବିଜେପି) ଅଧିକାଂଶ ଆସନରେ (ହରିୟାଣାରେ) ଅଗ୍ରଣୀ ଥିବା ଜଣାପଡିଛି ଯାହା ଆଶ୍ଚର୍ଯ୍ୟଜନକ। କଥା ହେଉଛି, ହରିୟାଣାର ସଙ୍କେତ ଯାହା ଆମେ ଆଶା କରୁଥିଲୁ ତାହା ନୁହେଁ।
ଅଧିକ ପଢ଼ନ୍ତୁ ଭାରତ ଖବର