ଅଧିକ ପଢନ୍ତୁ : ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ
ଦୁଇ ଦେଶ ଭିତରେ ଏବେ କେବଳ ଗୋଟିଏ ପ୍ରସଙ୍ଗ ରହିଛି। ୟାହା ହେଉଛି ପାକିସ୍ତାନକୁ ଖାଲି କରିବାକୁ ହେବ ବେଆଇନ ଭାବେ ଦଖଲ କରିଥିବା ଭାରତର ଭୂମି।
ଅର୍ଗସ ବ୍ୟୁରୋ : ମିଳିତ ଜାତିସଂଘରେ ପାକିସ୍ତାନକୁ ନେଇ ପୁଣି ଭାରତର କଡ଼ା ଆଭିମୁଖ୍ୟ। ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ସିଧାସଳଖ ପାକିସ୍ତାନଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି, ସଫଳ ହେବ ନାହିଁ ପାକିସ୍ତାନର ସୀମାପାର ଆତଙ୍କ ନୀତି। ପଡ଼ୋଶୀ ଦେଶକୁ ଛାଡ଼ିବାକୁ ହେବ ଆତଙ୍କବାଦର ହାତ। ଏପରି ନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ।
ଅଧିକ ପଢନ୍ତୁ : ପୁଣି ବିଳିବିଳାଇଲାଣି : ପାକିସ୍ତାନ ମିଳିତ ଜାତିସଂଘରେ ଉଠାଇଲା କାଶ୍ମୀର ପ୍ରସଙ୍ଗ
ଦୁଇ ଦେଶ ଭିତରେ ଏବେ କେବଳ ଗୋଟିଏ ପ୍ରସଙ୍ଗ ରହିଛି। ୟାହା ହେଉଛି ପାକିସ୍ତାନକୁ ଖାଲି କରିବାକୁ ହେବ ବେଆଇନ ଭାବେ ଦଖଲ କରିଥିବା ଭାରତର ଭୂମି।
ଅର୍ଗସ ବ୍ୟୁରୋ : ଦଶହରାରେ ସୁଭଦ୍ରା ଭେଟି । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଘୋଷଣା, ଅକ୍ଟୋବର ୯ରେ ଖାତାକୁ ଆସିବ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ବାରିପଦାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ : ସୁଭଦ୍ରା ଯୋଜନାରେ ଆବେଦନ କଲେଣି ୯୨ ଲକ୍ଷ ମହିଳା,ପୁଣି ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା
ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ମହିଳା ଏହି ଯୋଜନାରୁ ଉପକୃତ ହୋଇଥିବା ବେଳେ କିଛିଦିନ ମଧ୍ୟରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା ରାଶି । ଏଯାଏ ଏହି ଯୋଜନାରେ ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ରାଜ୍ୟରେ ଡବଲ ଇଂଜିନ୍ ସରକାର ପ୍ରତିଶ୍ରୁତି ଅନୁଯାୟୀ ମହିଳାମାନଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ପୂର୍ବ ସରକାର ମିଶନ ଶକ୍ତି ନାମରେ ମହିଳାଙ୍କୁ ସଶକ୍ତୀକରଣ ପାଇଁ ଯେଉଁ ଅର୍ଥ ଦେଇଛନ୍ତି ତାକୁ ନେଇ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ବିନା ସୁଧରେ ଦିଆଯାଉଥିବା ଋଣ ଟଙ୍କା ପାଇଁ କେନ୍ଦ୍ର ସରକାର ୭ ପ୍ରତିଶତ ଓ ନବୀନ ସରକାର ୪ ପ୍ରତିଶତ ସୁଧ ଦେଉଥିଲେ । କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ହରିଲୁଟ୍ କରାଯାଉଥିଲା, ତାହାର ଏବେ ପର୍ଦ୍ଦାଫାଶ ହୋଇଛି । ବିଜେପିର ଉଦ୍ଦେଶ୍ୟ ଜନ କଲ୍ୟାଣ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୨ ଲକ୍ଷ ମହିଳା ଆବେଦନ କରିଛନ୍ତି । ସପ୍ତାହକ ମଧ୍ୟରେ ଏହି ସଂଖ୍ୟା ଏକ କୋଟି ପାର ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ଅର୍ଗସ ବ୍ୟୁରୋ : ନେପାଳରେ ଭୟଙ୍କର ବନ୍ୟା ସ୍ଥିତି । ଦୁଃଖକୁ ଦ୍ବିଗୁଣିତ କରିଛି ଭୂସ୍ଖଳନ । ବନ୍ୟାରେ ଏଯାଏ ୧୧୨ ଜଣଙ୍କ ଜୀବନ ଗଲାଣି । ଭୂସ୍ଖଳନ ଯୋଗୁ ଶହ ଶହ ନିଖୋଜ ଅଛନ୍ତି । ପ୍ରବଳ ବର୍ଷା ଯୋଗୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଜାରି ରହିଛି । ଅନେକ ସ୍ଥାନରେ ନଦୀ ଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !
ଉଦ୍ଧାରକାରୀ ଟିମ୍ ପକ୍ଷରୁ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଇଛି । କିଛି ସ୍ଥାନରେ ବର୍ଷା ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ନେପାଳରେ ପ୍ରଳୟକାରୀ ବନ୍ୟା ଯୋଗୁ ବିହାରର କିଛି ଜିଲ୍ଲାକୁ ଆଲର୍ଟ କରାଯାଇଛି । ବିହାରରେ ଏବେ ବି ବର୍ଷା ଜାରି ରହିଛି ।