ଗ୍ରାଉଣ୍ଡ ପେନିଟ୍ରେଟିଂ ଓ ରାଡାର ସର୍ଭେ ପରେ ବୈଷୟିକ ଟିମ୍ ତାର ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବ ସେ ରିପୋର୍ଟ ହିଁ ସ୍ପଷ୍ଟ କରିବ ଭିତର ରତ୍ନ ଭଣ୍ଡାରକୁ ନେଇ ଯାହା ସବୁ ଚର୍ଚ୍ଚା ହେଉଛି ସେଥିରେ ରହିଛି କେତେ ସତ୍ୟତା । ରାଜ୍ୟରେ ବିଜେପି ସରକାର ଆସିବା ପରେ ୪୮ ବର୍ଷ ପରେ ଖୋଲିଥିଲା ଭିତର ରତ୍ନ ଭଣ୍ଡାର। ଗତ ଜୁଲାଇ ୧୪ ତାରିଖରେ ଭିତର ରତ୍ନ ଭଣ୍ଡାର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ ତଦାରଖ କମିଟି ସଦସ୍ୟ। ପରେ ଜୁଲାଇ ୧୮ ତାରିଖରେ ପୁଣିଥରେ ଭିତର ରତ୍ନ ଭଣ୍ଡାରରେ ପ୍ରବେଶ କରି ରତ୍ନ ଅଳଙ୍କାର ସ୍ଥାନାନ୍ତର କରିଥିଲେ। ତେବେ ଭଣ୍ଡାରରୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ବେଳେ ୩ଟି ଝରକାର ସନ୍ଧାନ ମିଳିଥିଲା। କିନ୍ତୁ ଝରକାଗୁଡିକୁ ସ୍ଥାୟୀ ଭାବେ ବନ୍ଦ କରିଦିଆଯାଇଛି। ଅର୍ଗସକୁ ଏକ୍ସକ୍ଲୁସିଭ ସାକ୍ଷାତକାରରେ ଏହି ସୂଚନା ଦେଇଥିଲେ ଭିତର ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଏଥିସହ ଭିତର ରତ୍ନ ଭଣ୍ଡାରରେ ଗୁପ୍ତ ସୁଡ଼ଙ୍ଗ ଥିବା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ଏହାର ସତ୍ୟତା ଗ୍ରାଉଣ୍ଡ ପେନିଟ୍ରେଟିଂ ଓ ରାଡାର ସର୍ଭେରୁ ଜଣାପଡ଼ିବ।
ଅଧିକ ପଢନ୍ତୁ ଓଡିଶା ଖବର