ଗତମାସ ୧୮ ତାରିଖରେ ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଲିସ ଯାଞ୍ଚ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ: ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ। ୨୯ ଘଣ୍ଟାର ନିର୍ଯାତନା । ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ୨୦ ବର୍ଷର ଯୁବକ ନିଜ ଜୀବନ ହାରିଦେଲେ। ଏପରି ଘଟଣା ଦେଖିବାକୁ ମିଳିଛି କେରଳର ୱାୟନାଡାରେ। ଏବେବି ଥମିନି ସିନିୟରଙ୍କ ରାଗିଙ୍ଗର ବର୍ବରତା। ରାଗିଙ୍ଗରେ ଚାଲିଗଲା ୨୦ ବର୍ଷ ଯୁବକଙ୍କ ଜୀବନ। ସିନିୟର ଓ କ୍ଲାସମେଣ୍ଟମାନେ ମିଶି ଲଗାତର ୨୯ ଘଣ୍ଟା ଧରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ପରେ ସିଦ୍ଧାର୍ଥନ ଏହି ଚରମ ପଦକ୍ଷେପ ନେଇଥିଲେ ବୋଲି ଜଣାପଡ଼ିଛି।
ଗତମାସ ୧୮ ତାରିଖରେ ପ୍ରାଣୀ ଚିକିତ୍ସା ପାଠ ପଢୁଥିବା ସିଦ୍ଧାର୍ଥନଙ୍କ ମୃତଦେହ କଲେଜର ବାଥରମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ପୋଲିସ ଯାଞ୍ଚ କରି ଏକ ଆତ୍ମହତ୍ୟା ମାମଲା ରୁଜୁ କରିଥିଲା।
ଅଧିକ ପଢ଼ନ୍ତୁ ଦେଶ ଖବର:
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଭରିଲେ ନାମାଙ୍କନ । ସୁନ୍ଦରଗଡ଼ ସଦର, ତଳସରା ଓ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ କୁସୁମ ଟେଟେ, ଭବାନୀ ଭୋଇ ଓ ନରସିଂହ ମିଞ୍ଜ ବି ନାମାଙ୍କନ ଦାଖଲ କରିଛନ୍ତି ।
ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ୧୦ ହଜାରରୁ ଉର୍ଦ୍ଧ୍ବ ସମର୍ଥକଙ୍କ ସହ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ । ଏହି କାର୍ଯ୍ୟକ୍ରମରେ ଶ୍ରମ ନିୟୋଜନ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହି କର୍ମକର୍ତ୍ତା ଙ୍କୁ ଉତ୍ସାହିତ କରିଥିଲେ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଆଜି ବିଜେଡି ଘୋଷଣା କରିଛି ତାର ବଳକା ୩ ବିଧାନସଭା ପ୍ରାର୍ଥୀ ତାଲିକା । ଏହି କ୍ରମରେ ଶେଷ ହୋଇଛି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ପ୍ରକ୍ରିୟା । କିନ୍ତୁ ଆଶା ନେଇ ବସିଥିବା ସମୀର ଦାଶ ହୋଇଛନ୍ତି ସମ୍ପୂର୍ଣ୍ଣ ନିରାଶ। ବିଜେଡି ସମୀରଙ୍କୁ ଦେଲାନି ଟିକେଟ୍। ସମୀର ବିଜେଡି ମୁଖିଆକୁ ୩୦ ତାରିଖକୁ ଡେଡଲାଇନ୍ ଦେଇଥିଲେ ତାଙ୍କୁ ଟିକେଟ ଦେବା ନେଇ। ଏବଂ ନିଜ କର୍ମୀ ଓ ସମର୍ଥକଙ୍କୁ ମଧ୍ୟ ୩୦ ଯାଏ ଅପେକ୍ଷା କରିବାକୁ କହିଥିଲେ। ୩୦ ଡେଡଲାଇନ୍ ଅତିକ୍ରମ କରିସାରିଛି। ଆଜି ଶେଷ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ନାହିଁ ସମୀର ଦାଶଙ୍କର ନାଁ। ପୁଣି ନିରାଶ ହୋଇଛନ୍ତି ସମୀର ଦାଶ । ଏବେ ପ୍ରଶ୍ନ ଉଠୁଛି ସମୀର ଦାଶ କରିବେ କଣ ? ବିଜେଡି ତ ଦେଲାନି ଟିକେଟ୍। ଏବେ କଣ ସମୀର ବିଜେପିକୁ ଯିବେ ନା କଂଗ୍ରେସ.. ନା ସ୍ୱାଧିନରୁ ଛିଡା ହେବେ। ଏହାକୁ ନେଇ ଚର୍ଚ୍ଚା ବଢିବା ସହ ସମୀରଙ୍କ ସମସ୍ୟା ମଧ୍ୟ ବଢିଛି।
ସୂଚନାମୁତାବକ, ନିମାପଡାରୁ ସମୀରଙ୍କ ଟିକେଟ କାଟିଥିଲା ବିଜେଡି। ସମୀରଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ବିଜେଡି କରିଛି ପ୍ରାର୍ଥୀ। ଯାହାକୁ ନେଇ ନିରାଶ ହେବା ସହ କ୍ଷୋଭ ପ୍ରକାଶ କରିବା ସହ ଗଣମାଧ୍ୟମ ଆଗରେ କାନ୍ଦି ପକାଇଥିଲେ ସମୀର ଦାଶ। ଆଉ ନିମାପଡାରେ ଟିକେଟ ପରିବର୍ତ୍ତନ ପାଇଁ ଚାପ ପକାଇଥିଲେ ସମୀର । ସମର୍ଥକଙ୍କୁ ଧରି ସଭାସମିତି ଓ ରୋଡ ସୋ' ଜରିଆରେ ପକାଇଥିଲେ ଚାପ। ଦେବଗଡରେ ଟିକେଟ ବଦଳାଇଲେ ହେଲେ ନିମାପଡାରେ ହେଲାନି କୌଣସି ପରିବର୍ତ୍ତନ । ଏବେ ଚର୍ଚ୍ଚା ହେଉଛି ସମୀରଙ୍କ ଚାପ ପକାଇବା କୌଶଳ କାମ ଦେଲାନି। ଅନେକ ବିଦ୍ରୋହ କଲେ ଏବଂ ନିଜ ସମର୍ଥକଙ୍କୁ ଏକଜୁଟ ମଧ୍ୟ କଲେ ହେଲେ ଶୁଣିଲାନି ବିଜେଡି।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ। ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଅନୁଭବ। ଖଣ୍ଡପଡାରୁ ଟିକେଟ୍ ନମିଳିବା ପରେ ଏପରି ନିଷ୍ପତ୍ତି। ଖଣ୍ଡପଡଶରୁ ସାବିତ୍ରୀ ପ୍ରଧାନଙ୍କୁ ମିଳିଛି ବିଜେଡି ଟିକେଟ୍। ଇସ୍ତଫା ପରେ ସ୍ୱାଧୀନ ଭାବେ ଲଢ଼ିପାରନ୍ତି ୈନୁଭବ ବୋଲି ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: