2023 ରେ ଭାରତ G20 ଶିକଖର ସମ୍ମିଳନୀ ଆୟୋଜନ କରିଥିବାବେଳେ GFRSର ପ୍ରଥମ ସଂସ୍କରଣକୁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମରେ ବିଭିନ୍ନ ଦେଶରେ ଖାଦ୍ୟମାନ ନିର୍ଦ୍ଧାରଣ ପାଇଁ ଥିବା ବ୍ୟବସ୍ଥାଗତ ସୂଚନାର ଆଦାନପ୍ରଦାନ ହୋଇଥାଏ ।
ଅର୍ଗସ ବ୍ୟୁରୋ: ଗ୍ଲୋବାଲ ଫୁଡ ରେଗୁଲେଟର୍ସ ସମିଟ 2024 ର ଲୋଗୋ ଉନ୍ମୋଚନ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଆସନ୍ତା 20 ତାରିଖରେ ନୂଆଦିଲ୍ଲୀରେ ଭାରତ ସରକାରଙ୍କ ପକ୍ଷରୁ ଦୁଇ ଦିନିଆ ୱାଲ୍ଡ ଫୁଡ ଇଭେଣ୍ଟ ଆୟୋଜନ କରାଯାଇଛି। ଖାଦ୍ୟ ମାନ ପରୀକ୍ଷା ଏବଂ ଖାଦ୍ୟ ସୁରକ୍ଷାକୁ ନେଇ ବିଶ୍ବସ୍ତରରେ ମାନକ ନିର୍ଦ୍ଧାରଣ ପାଇଁ ଏହି କାର୍ଯ୍ୟକ୍ରମ କରାଯାଉଛି ।
2023 ରେ ଭାରତ G20 ଶିକଖର ସମ୍ମିଳନୀ ଆୟୋଜନ କରିଥିବାବେଳେ GFRSର ପ୍ରଥମ ସଂସ୍କରଣକୁ ଆରମ୍ଭ ହୋଇଥିଲା । ଏହି ପ୍ଲାଟଫର୍ମରେ ବିଭିନ୍ନ ଦେଶରେ ଖାଦ୍ୟମାନ ନିର୍ଦ୍ଧାରଣ ପାଇଁ ଥିବା ବ୍ୟବସ୍ଥାଗତ ସୂଚନାର ଆଦାନପ୍ରଦାନ ହୋଇଥାଏ ।
ବାଲେଶ୍ୱର: ବନ ବିଭାଗ କର୍ମଚାରୀଙ୍କୁ ଗିରଫ କଲା ବନ ବିଭାଗ। ହାତୀ ମୃତ୍ୟୁ ଘଟଣା ରେ ସୋର ରେଞ୍ଜ ଔପଦା ବେତେଇ ଫରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ ୪ ସବୁଜ ବାହିନୀ କର୍ମଚାରୀ ଗିରଫ। ମିଛରେ ଗିରଫ କରାଯାଇଥିବା ଅଭିଯୋଗ ରେ ନେଇ ନୀଳଗିରି କୁଳଡିହା ରେଞ୍ଜ ଅଫିସ ଘେରାଉ କଲେ ଗିରଫ ହୋଇଥିବା ପରିବାର ଲୋକେ। ଘଟଣା ସ୍ଥଳରେ ନୀଳଗିରି ପୋଲିସ ର ବୁଝାସୁଝା।
ଗତ ଜୁଲାଇ ମାସରେ କୁଳଡିହା ଅଭୟାରଣ୍ୟ ର ହାତୀ ମୃତ୍ୟୁ ହୋଇଥିବା ବେଳେ ଘଟଣାକୁ ବାଲେଶ୍ଵର ବନ ଚାପିବା ପାଇଁ ଉଦ୍ୟମ କରିଥିଲା। ସୋର ବନାଞ୍ଚଳ ବେତେଇ ବିଟ ଅଧୀନ ଜଙ୍ଗଲରେ ଚଳିତବର୍ଷ ମେ ମାସରେ ଏକ ହାତୀର ମୃତଦେହକୁ ଲୁଚାଇବା ଅଭିଯୋଗରେ ସେତେବେଳର ବେତେଇ ବିଟର ଫୋରେଷ୍ଟ ଗାର୍ଡ ପଦ୍ମଲୋଚନ ପାତ୍ର ସହ 4ସବୁଜବାହିନୀ କର୍ମଚାରୀ ଗିରଫ ହୋଇ କୋର୍ଟ ଚାଲାଣ ବେଳେ କୁଳଡିହା ଅଫିସ ଆଗରେ ପରିବାର ପକ୍ଷରୁ କୋର୍ଟ ଚାଲାଣ ବେଳର ବନବିଭାଗ ଗାଡି ସହ ଫାଟକ ଆଗରେ ଧାରଣା ସହ ଉତେଜନା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ହେଉ ପୁନଃ ତଦନ୍ତ । ପ୍ରକୃତ ଦୋଷୀକୁ ଦଣ୍ଡ ମିଳୁ। ଏ ନେଇ ବଡ଼ ବୟାନ ଦେଇଛନ୍ତି ବିଜେଡିର ପୂର୍ବତନ ସାଂସଦ ସୁଜିତ୍ କୁମାର। ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିବା ସୁଜିତ୍ କୁମାରଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସ୍ବାଗତ କରାଯାଇଥିଲା ।
ଏହି ସମୟରେ ଅର୍ଗସକୁ ସ୍ବତନ୍ତ୍ର ସାକ୍ଷାତକାରରେ ସୁଜିତ୍ କୁମାର କହିଛନ୍ତି ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପୁନଃ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀ ଦଣ୍ଡ ମିଳୁ । ସେପଟେ ମମିତାଙ୍କ ହତ୍ୟାର ସିବିଆଇ ତଦନ୍ତ ଦାବି କରିଛନ୍ତି ତାଙ୍କ ମା । ମମିତା ମେହେର ହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲେ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ମାମଲାରେ ଦିବ୍ୟଶଙ୍କର ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା ।
ପୁଣି କଣ୍ଟାବାଞ୍ଜି ଜେଲରେ ଗୋବିନ୍ଦ ସାହୁଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଗୋବିନ୍ଦଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ତାଙ୍କ ପରିବାର ଲୋକେ। ଏହାପଛରେ ବଡ଼ ନେତାଙ୍କ ହାତ ଥିବା ଅଭିଯୋଗ ହୋଇଥିଲା।
ଆହୁରି ପଢନ୍ତୁ ଓଡିଶା ଖବର...