କୁହାଯାଉଛି ଯେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଗାଡି ଦିଲ୍ଲୀରୁ ତୁଙ୍ଗନାଥକୁ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ଗାଡିରେ ଡ୍ରାଇଭର ସମେତ ୨୬ ଜଣ ଥିଲେ । ମୃତକମାନେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାଁନ୍ତି। ତେବେ ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ଦୁର୍ଘଟଣାରେ ୧୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥାଇପାରେ। ବଦ୍ରିନାଥ ରାଜପଥର ରେଣ୍ଟୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଏହି ଘଟଣା ସମ୍ପର୍କରେ ରୁଦ୍ରପ୍ରୟାଗ ଏସପି ଡକ୍ଟର ବିଶାଖା ଅଶୋକ ଭଡାନେ କହିଛନ୍ତି ଯେ ରୁଦ୍ରପ୍ରୟାଗର ରାଣ୍ଟୋଲି ନିକଟ ରାଜପଥରୁ ଏକ ବସ ଯାତ୍ରୀ ଖାଲରେ ପଡ଼ିଯାଇଥିବା ସୂଚନା ମିଳିଛି। ଏଭଳି ସୂଚନା ପାଇବା ମାତ୍ରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଘଟଣାର ନଜର ରଖିଥିଲେ। ଗାଡି ଖସିଯିବା ପରେ ନଦୀରେ ପୋଡି ଯାଇଥିବା ଲୋକଙ୍କୁ ଖୋଜା ଚାଲିଛି। ।
ଅଧିକ ପଢନ୍ତୁ ଭାରତ ଖବର