ସେ କହିଥିଲେ, ଦୁନିଆକୁ ଏକ ସ୍ଥିରତା ଆଡକୁ ନେବାକୁ ଏହି ବ୍ରିକ୍ସ ସମ୍ମିଳନୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ସମ୍ମିଳନୀ ଏବେଠାରୁ ଏକ ବନ୍ଧୁତ୍ୱପୂର୍ଣ୍ଣ ଦିଗକୁ ସୂଚନା ଦେଉଛି। ତାହା ହେଉଛି ଋଷିଆ ରାଷ୍ଟ୍ରପତି ପୁଟିନ୍ ଓ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଏହି ସମ୍ମିଳନୀ ଏକାଠି କରିଛି।
ଏହାବାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ବୁଧବାର ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସୀମାରେ ଶାନ୍ତି, ପାରସ୍ପରିକ ବିଶ୍ୱାସ ଏବଂ ସମ୍ମାନକୁ ପ୍ରଥମିକତା ଦେବା ନିମନ୍ତେ ପ୍ରଧାନମନ୍ତ୍ରୀ ଚାଇନା ରାଷ୍ଟ୍ରପତିଙ୍କୁ କହିଛନ୍ତି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ପାଟୋଲିଂ ପାଇଁ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିବାରୁ ଉଭୟ ନେତା ଏହାକୁ ପ୍ରଶଂସା କରିଥିଲେ।
ପାଖାପାଖି ୫ ବର୍ଷ ପରେ ମୋଦି ଏବଂ ଜିପିଙ୍ଗଙ୍କ ମଧ୍ୟରେ ଏହା ପ୍ରଥମ ଗଠନମୂଳକ ଦ୍ୱିପାକ୍ଷିକ ଆଲୋଚନା। ପରିପକ୍ୱତା ଏବଂ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ଦ୍ୱାରା ଦୁଇଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ଏବଂ ସ୍ଥିର ସମ୍ପର୍କ ରଖାଯାଇପାରିବା ନେଇ ଦୁଇ ନେତା ସହମତ ହୋଇଥିଲେ।
ଅଧିକ ପଢ଼ନ୍ତୁ ଭାରତ ଖବର