ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ ସହ ସମ୍ବଲପୁର ସହରର ରେମେଡ ପଡିଆରେ ବିଶାଳ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ଜନସାଧାରଣଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି । ଏଥିପାଇ ସମ୍ବଲପୁର ଆଇଆଇଏମ ଓ ରେମେଡ ସମାବେଶ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି । 400 କୋଟିର ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ଶିଳାନ୍ୟାସ କରିଥିବାବେଳେ ଏବେ ଲୋକାର୍ପଣ କରିବାକୁ ଯାଉଛନ୍ତି । 2 ଶହ ଏକରରୁ ଅଧିକ ଜମିରେ ପରିବ୍ୟାପ୍ତ ଆଇଆଇଏମ କ୍ୟାମ୍ପସ, ଜମି ଭିତ୍ତିଭୂମି ଦୃଷ୍ଟିରୁ ଦେଶର ବୃହତ୍ତମ କ୍ୟାମ୍ପସ । ଏଠାରେ ସମସ୍ତ ଆଧୁନିକ ବ୍ୟବସ୍ଥା ସହ ଡିଜିଟାଲ, ଫିଜିକାଲ ଓ ବ୍ଲେଣ୍ଡେଡ କ୍ଲାସ ରୁମ ରହିଛି। ଏହାସହ ନାଇଟ ସ୍ପୋଷ୍ଟର୍ସ ଓ ଫିଫା ଷ୍ଟାଣ୍ଡାର୍ଡର ଷ୍ଟାଡିୟମ ମଧ୍ୟ ରହିଛି । ଆଇଆଇଏମରେ 5 ଶହ MBA ସିଟ, 120 ଏଗଜିକ୍ୟୁଟିବ MBA ସିଟ, 70ଟି PHD ସିଟ ରହିଥିବାବେଳେ ଶହେ ପ୍ରତିଶତ ପ୍ଲେସମେଣ୍ଟ ସୁବିଧା ରହିଛି । ଆଇଆଇଏମରେ 40 ଜଣ ଫ୍ୟାକଲଟି ପଦବୀ ସହ 60ଟି ଅଣ ଶିକ୍ଷକ ପଦବୀ ରହିଛି ।
IIM ସମ୍ବଲପୁର ଉଦଘାଟନ ପରେ ରେମେଡ ପଡିଆରେ ବିଶାଳ ଜନସଭାକୁ ଉଦବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ବିଶାଳ ସମାବେଶର ନାମ ଗ୍ୟାରେଣ୍ଟି ସମାବେଶ ରଖାଯାଇଛି । ଏହାସହ ଏକ ଭଏସ ମ୍ୟାସେଜ୍, ଗୀତ ଓ ଭିଡିଓ ବାର୍ତ୍ତା ମଧ୍ୟ ରିଲିଜ କରାଯାଇଛି । ସମାବେଶରେ ପଶ୍ଚିମ ଓଡିଶାର 5 ଟି ଲୋକସଭା କ୍ଷେତ୍ରରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି । ଏପଟେ ଆସନ୍ତା 6 ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧି । ବିରମିତ୍ରପୁରରେ ରାହୁଲଗାନ୍ଧୀଙ୍କୁ ସ୍ୱାଗତ କର କରାଯିବ। ବେଦବ୍ୟାସରେ ରାତ୍ରି ଯାପନ କରିବେ ରାହୁଲ । 7 ତାରିଖ ସକାଳେ ରାଉରକେଲା ପରେ ରାଜଗାଙ୍ଗପୁର, ଉତ୍ତରା ଓ ସୁନ୍ଦରଗଡ଼ରେ ସାଧାରଣ ସଭାରେ ଯୋଗଦେବେ ରାହୁଲ ।
ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ବିଜେପି ଶିବିର ଚଳଚଞ୍ଚଳ ହୋଇଥିବାବେଳେ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀ ମଧ୍ୟ ଉତ୍ସାହିତ ହୋଇଛନ୍ତି । ସେପଟେ ବିଜେଡି ମଧ୍ୟ ଘରକୁ ଘରକୁ ଯାଇ ଚଳାଇଛି ତାର ରଣନୀତି।
ଅଧିକ ପଢନ୍ତୁ ଓଡ଼ିଶା ଖବର